କନକ ବ୍ୟୁରୋ : ରାଜ୍ୟର ଉପାନ୍ତ ଅଂଚଳରେ କିପରି ଲୋକଙ୍କ ନିକଟରେ ପହଁଚୁଛି ଚିକିତ୍ସା ସୁବିଧା । ଏ ଚିତ୍ର ଦେଖିଲେ ଆପଣ ସହଜରେ ବୁଝିପାରିବେ । ସ୍ୱାସ୍ଥ୍ୟସେବା ଯୋଗାଇବାକୁ ପ୍ରତ୍ୟକ ଦିନ ଅଂଟେ ପାଣିରେ ପାର ହୋଇ ଯିବାକୁ ପଡୁଛି ସ୍ୱାସ୍ଥ୍ୟକର୍ମୀଙ୍କୁ । ଫେରିବାକୁ ହେଲେ ସେହି ସମାନ ବାଟ ଦେଇ ଅଂଟେ ପାଣିରେ ଫେରିବାକୁ ହେଉଛି । ଏ ଚିତ୍ର ହେଉଛି ଚିତ୍ରକୋଣ୍ଡା ଅଂଚଳର । ସ୍ୱାଭିମାନ ଅଂଚଳର କିଛି ସ୍ଥାନରେ ଏବେ ବି ସ୍ୱାସ୍ଥ୍ୟ ସେବା କିପରି ପହଁଚୁଛି ଏହି ଦୃଶ୍ୟ ହିଁ ବୟାନ କରୁଛି । କିଛି ବାଟ ଚାରି ଚକିଆ ଓ ଦୁଇ ଚକିଆ ଯାନରେ ଯାଇହୁଏ । ହେଲେ ଏହା ପରେ ଆରମ୍ଭ ହୋଇଥାଏ ପାଦ ଚଲା ରାସ୍ତା । ବର୍ତମାନ ରାଜ୍ୟରେ କରୋନା ଭୂତାଣୁ କାୟା ମେଲାଇଥିବା ବେଳେ ମୁଣ୍ଡେ ଉଚ୍ଚରେ ନାଳ ପାର ହୋଇ ଚିତ୍ରକୋଣ୍ଡା ଅଂଚଳରେ ପ୍ରତ୍ୟକ ଦିନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଯାଉଛନ୍ତି ସ୍ୱାସ୍ଥ୍ୟକର୍ମୀ ।
ଜୀବନକୁ ପାଣି ଛଡେଇ ରାଲେଗାଡା ପଂଚାୟତରେ ସୁଆପାଲି ଗାଁରେ ପହଁଚୁଛନ୍ତି ସ୍ୱାସ୍ଥ୍ୟକର୍ମୀ । ଏହି ଗ୍ରାମକୁ ଯିବାକୁ ହେଲେ ଆନ୍ଧ୍ରପ୍ରଦେଶର ଚିନ୍ତାପାଲି ଦେଇ ସଡକପଥରେ ଯିବାକୁ ହୁଏ । ଏହି ଅଂଚଳ ଏବେ ବି ବଣ ପାହାଡ ଘେରା ଓ ଦୁର୍ଗମ ହୋଇ ରହିଛି । ଏହା ଭିତରେ ଲୋକଙ୍କୁ ସେବା ଯୋଗାଇଦେବାକୁ ଜୀବନ ବାଜିରେ ଲଗାଉଛନ୍ତି ସ୍ୱାସ୍ଥ୍ୟକର୍ମୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/14-10.jpg)