Daily Express
ଏସିଡିଟି ବା ଅମ୍ଳତ୍ୱ ଯୋଗୁଁ ଛାତି, ପେଟ ଓ ତଣ୍ଟିରେ ପୋଡ଼ା ଉଠିଲା ପରି ଲାଗେ। ଏହା ସାଧାରଣତଃ ଅଳ୍ପ ସମୟ ପାଇଁ ହେଉଥିଲେ ମଧ୍ୟ ବଡ଼ ଅସହଣୀୟ ହୋଇଥାଏ। ବେଳେ ବେଳେ ଯନ୍ତ୍ରଣା ଅତି ତୀବ୍ର ହୋଇଥାଏ। ଯଦି ଏହାର ଚିକିତ୍ସା ନ କରି ଛାଡ଼ି ଦିଆଯାଏ ତେବେ ଆଗକୁ ସାଙ୍ଘାତିକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବାର ସମ୍ଭାବନା ଥାଏ। ସପ୍ତାହକୁ ୨ ବା ତା’ରୁ ଅଧିକ ଥର ଛାତି ପୋଡ଼ିଲେ ତା’ର ଚିକିତ୍ସା କରାଇବା ଆବଶ୍ୟକ। ଔଷଧ ଖାଇବା ସହ ଦୈନନ୍ଦିନ ଜୀବନଶୈଳୀରେ ଟିକେ ପରିବର୍ତ୍ତନ ଆଣିଲେ ମଧ୍ୟ ଏହାକୁ ସହଜରେ ନିୟନ୍ତ୍ରଣ କରିହେବ।
୧. ଦିନ ସାରା ଯଥେଷ୍ଟ ପାଣି ପିଅନ୍ତୁ- ୮ ରୁ ୯ ଗ୍ଲାସ୍ ପିଇବା ଭଲ କଥା।
୨. ଭଜା, ସମଲାଦିଆ ଓ ଚଟ୍ପଟା ଖାଦ୍ୟ ଯଥା ସମ୍ଭବ କମ୍ ଖାଆନ୍ତୁ।
୩. ନିଶା, ଅଙ୍ଗାରକାମ୍ଳ ଦିଆ ଓ କାଫେନ୍ମିଶ୍ରିତ ପାନୀୟ ପିଅନ୍ତୁ ନାହିଁ।
୪. ନିୟମିତ ବ୍ୟବଧାନରେ ଭୋଜନ ଖାଆନ୍ତୁ। ଭୋଜନ ମଧ୍ୟରେ ଅଧିକ ବ୍ୟବଧାନ ରଖନ୍ତୁ ନାହିଁ।
୫. ସଜ ଫଳ ଖାଆନ୍ତୁ। କିନ୍ତୁ, କମଳା ଓ କାଗେଜି ଭଳି ଅମ୍ଳଯୁକ୍ତ ଫଳ ଖାଆନ୍ତୁ ନାହିଁ।
୬. ଶୋଇବାର ଦୁଇ ତିନି ଘଣ୍ଟା ପୂର୍ବରୁ ଭୋଜନ କରନ୍ତୁ।
୭. ଦୈନିକ ହାଲୁକିଆ କସରତ, ଯୋଗ ଓ ଧ୍ୟାନ ଆଦି କରନ୍ତୁ।
୮. ଭୋଜନରେ ତଟକା ସବୁଜ ସାଲାଡ୍ ଖାଆନ୍ତୁ। ଭୋଜନର ୧୫ ମିନିଟ୍ ପୂର୍ବରୁ ସାଲାଡ୍ ଖାଇବା ଉଚିତ।
୯. ଅନ୍ୟାନ୍ୟ ରୋଗ ପାଇଁ ଖାଉଥିବା ଔଷଧପତ୍ର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ମଝିରେ ମଝିରେ ଡାକ୍ତରଙ୍କୁ ପଚାରନ୍ତୁ।
୧୦. ଅମ୍ଳତ୍ୱ ହ୍ରାସ କରାଉଥିବା ଅଁଳା କୋଳି ଖାଆନ୍ତୁ।
Follow Us
/kanak/media/post_attachments/wp-content/uploads/2018/10/acidity-and-heartburn1-300x160.jpg)