ହୋଲି ସମୟରେ କରୋନା ଭୟ । ମୁହଁରେ ରଂଗ ନଲଗାଇବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ, ଏକାଠି ହୋଲି ନଖେଳିବା ଏବଂ ଥଣ୍ଡା, କାଶ ହେଉଥିଲେ ରଙ୍ଗ ନଖେଳିବାକୁ କହିଲେ ସ୍ୱାସ୍ଥ୍ୟ ସଚିବ

76

କନକ ବ୍ୟୁରୋ : ହୋଲି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି । ହୋଲି ଖେଳରେ ମୁହଁରେ ରଂଗ ନଲଗାଇବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ । ଥଣ୍ଡା, ଛିଙ୍କ, କାଶ ହେଉଥିଲେ ହୋଲି ନଖେଳିବାକୁ କହିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଂଜ ଧଳ ।

ଏହାଛଡା ଏକା ସାଂଗରେ ଗାଧୋଇବାକୁ ବି ବାରଣ କରିଛନ୍ତି । ଆଲିଙ୍ଗନ ଓ କରମର୍ଦ୍ଦନ ଠାରୁ ଦୂରେଇ ରହିଲେ ଭଲ ବୋଲି କହିଛନ୍ତି । ଏକାଠି ହୋଇ ସମାବେଶରେ ହୋଲି ନଖେଳି ଘର ଭିତରେ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି ।