କନକ ବ୍ୟୁରୋ : ହୋଲି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି । ହୋଲି ଖେଳରେ ମୁହଁରେ ରଂଗ ନଲଗାଇବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ । ଥଣ୍ଡା, ଛିଙ୍କ, କାଶ ହେଉଥିଲେ ହୋଲି ନଖେଳିବାକୁ କହିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଂଜ ଧଳ ।
ଏହାଛଡା ଏକା ସାଂଗରେ ଗାଧୋଇବାକୁ ବି ବାରଣ କରିଛନ୍ତି । ଆଲିଙ୍ଗନ ଓ କରମର୍ଦ୍ଦନ ଠାରୁ ଦୂରେଇ ରହିଲେ ଭଲ ବୋଲି କହିଛନ୍ତି । ଏକାଠି ହୋଇ ସମାବେଶରେ ହୋଲି ନଖେଳି ଘର ଭିତରେ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/NIKUNJA.jpg)