କନକ ବ୍ୟୁରୋ: ସ୍ୱାଭିମାନ ଅଞ୍ଚଳରେ ଅପହଞ୍ଚ ଗାଁ । ସାମ୍ନାକୁ ଆସିଲା ଦ୍ୱିତୀୟ ପର୍ଯ୍ୟାୟ ଦମନର ଅସଲି ଚିତ୍ର । ମ୍ୟାଲେରିଆ ନିରାକରଣ ପାଇଁ ୮ କିଲୋମିଟର ବାଟ ପାହାଡ. ଝରଣା ଅତିକ୍ରମ କଲେ ଡାକ୍ତରୀ ଦଳ । ସ୍ୱାଭିମାନ ଅଞ୍ଚଳରୁ ଆସିଲା ଏହି ରିୟଲ ଲାଇଫ ଦମନର ଚିତ୍ର । ମାଲକାନଗିରି କୁଡ଼ୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କ ଟିମ୍ ଯନ୍ତ୍ରୀ ପଞ୍ଚାୟତକୁ ଦମନ କାର୍ଯ୍ୟକ୍ରମ ଲାଗି ବାହାରିଥିଲେ । ହେଲେ ଯନ୍ତ୍ରୀ ପଞ୍ଚାୟତର ତାବେରୁ ଓ ପାଖ ଗାଁକୁ ଯିବା ଲାଗି ଏବେବି ରାସ୍ତା ଖଣ୍ଡେ ହୋଇପାରିନାହିଁ ।

Advertisment

ଜୀବନକୁ ବାଜି ଲଗାଇ ୮ କିଲୋମିଟର ପାହାଡ଼, ନଇ-ନାଳ ଅତିକ୍ରମ କରି ତାବେରୁ ଗାଁକୁ ଯାଇଥିଲେ ଡାକ୍ତରୀ ଦଳ । ତାବେରୁ ସମେତ ୪ଟି ଗାଁରେ ପହଞ୍ଚି ଲୋକଙ୍କୁ ମ୍ୟାଲେରିଆ ସମ୍ପର୍କରେ ସଚେତନ କରାଇଥିଲେ । ଲୋକଙ୍କ ରକ୍ତ ପରୀକ୍ଷା, ପିଲାଙ୍କୁ ଟିକା ଆଦି ପ୍ରଦାନ କରିବା ସହ ନାନା ସମସ୍ୟା ବୁଝିଥିଲେ ଡାକ୍ତରୀ ଦଳ । ଦମନ ପ୍ରଥମ ପର୍ଯ୍ୟାୟର ସଫଳ ରୂପାୟନ ପରେ ଗତ ଜାନୁଆରୀ ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଦମନ ଆରମ୍ଭ ହୋଇଛି । ଅନ୍ୟପଟେ ୨୦୧୮ରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳରେ ଶହ ଶହ କିଲୋମିଟରର ରୋଡ୍ ନେଟୱାର୍କ ପ୍ରସ୍ତୁତ ହୋଇଥିଲେ ବି ଏବେବି ଅନେକ ଗାଁ ଅପହଞ୍ଚ ।