ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାରେ ବାରଣ୍ଡାରେ ଜରିପାଲ ଉପରେ ପଡ଼ିରହିଛନ୍ତି ମହିଳା ।

169

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ନିକଟରେ ଏଠାରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଲାଗି ଏକ କ୍ୟାମ୍ପ ପଡ଼ିଥିଲା । ଏହି କ୍ୟାମ୍ପକୁ ୨୭ ଜଣ ମହିଳା ମଧ୍ୟ ଆସିଥିଲେ । ହେଲେ ବନ୍ଧ୍ୟାକରଣ ପରେ ସେମାନେ ମେଡିକାଲ ବାରଣ୍ଡାରେ ଜରିପାଲ ଉପରେ ଦୟନୀୟ ଅବସ୍ଥାରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲେ । ପୁଣି ଯେଉଁଠି ମହିଳାମାନେ ଶୋଇଥିଲେ, ସେହିଠାରେ ହିଁ ସ୍ୱାସ୍ଥ୍ୟକେନ୍ଦ୍ରର ଡଷ୍ଟବିନ ବି ରହିଥିଲା । ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।

ଅନ୍ୟପଟେ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ମଧ୍ୟ ଏଭଳି ଘଟଣା ଘଟିବା ଉଚିତ୍ ନୁହେଁ ବୋଲି ମାନିଛନ୍ତି । ହେଲେ ଏବେ ମେଡିକାଲରେ କାମ ଚାଲିଥିବାରୁ ଘର ଓ ବେଡ୍ ନଥିବାରୁ ମହିଳାମାନଙ୍କୁ ତଳେ ଶୋଇବାକୁ ପଡ଼ିଛି ବୋଲି କହିଛନ୍ତି ।