କନକ ବ୍ୟୁରୋ: କୌଣସି ଇଭେଣ୍ଟଠାରୁ ଆରମ୍ଭ କରି ଖେଳ କୁଦ , ଧର୍ମ ସମ୍ମିଳନୀ ସବୁଠି ତାଳିବାର ଗୁରୁତ୍ୱ ରହିଛି । କିନ୍ତୁ ଆପଣ ଜାଣନ୍ତି କି ତାଳି ମାଣିଷର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ । ଅନେକ ସ୍ୱାସ୍ଥ୍ୟ ସର୍ମ୍କୀୟ ଗବେଷଣାରୁ ଏହାର ପ୍ରମାଣ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କ’ଣ କହୁଛି ଗବେଷଣା?
୨୦୧୭ ସେପ୍ଟେମ୍ବରରେ ‘ସାଇକୋଲୋଜି ଆଣ୍ଡ ବିହେବିୟରାଲ ସାଇନ୍ସ ଇଣ୍ଟରନ୍ୟାସନାଲ’ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତାଳି ମାରିବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭପ୍ରଦ । ଏହି ରିପୋର୍ଟରେ ପାର୍କରେ ଏକାଠି ତାଳି ମାରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥିବାର ପ୍ରକାଶ ପାଇଥିଲା । ତାଳି ମାରିଥିବା ଲୋକଙ୍କର ଯେତେେବେଳେ ଏମଆରଆଇ କରାଯାଇଥିଲା । ସେତେବେଳେ ସେମାନଙ୍କ ମସ୍ତିଷ୍କ ବେଶ୍ ସକ୍ରିୟ ଥିବାର ଦେଖାଯାଇଥିଲା । ତାଳି ମାରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଜୁବୁତ୍ ହେବା ସହ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ ବୋଲି ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଥିଲା ।
ଆକ୍ୟୁପ୍ରେସର ଅନୁସାରେ, ତାଳି ମାରିବା ଦ୍ୱାରା ସବୁ ପ୍ରେସର ପଏଣ୍ଟ ଉପରେ ପ୍ରଭାବ ପଡିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଭଲ ହୋଇଥାଏ ।
ନିୟମିତ ତାଳି ବଜାଇବା ଦ୍ୱାରା ଶରୀରର ବ୍ୟାଡ୍ କୋଲେଷ୍ଟ୍ରଲ କମ୍ ହୋଇଥାଏ । ଏହାଦ୍ୱାରା ଉଚ୍ଚ ରକ୍ତଚାପ, ହୃଦରୋଗ ଓ ଶ୍ୱାସରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।
ପେଟରେ ଯଦି କୌଣସି ପ୍ରକାର ସମସ୍ୟା ରହିଛି , ତାଳି ବଜାଇବା ଦ୍ୱାରା ଏହା ଭଲ ହୁଏ ।
ନିୟମିତ ୩୦ ମିନିଟ୍ ତାଳି ବଜାଇବା ଦ୍ୱାରା ମଧୁମେହ, ଅବସାଦ, ଆଣ୍ଠୁଗଣ୍ଠିବାତ, ଅନିଦ୍ରା, ଅକାଳରେ କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିଥାଏ ।
ତାଳି ବଜାଇବା ଶିଶୁମାନଙ୍କ ପାଇଁ ମଧ୍ୟ ବେଶ୍ ଭଲ ହୋଇଥାଏ । ଏହା କୁନି ପିଲାଙ୍କ ଏକାଗ୍ରତା ଚଢାଇବାରେ ସାହାଯ୍ୟ କରେ ।