କନକ ବ୍ୟୁରୋ: ରାଉରକେଲାରେ ଥମୁନି ହଇଜା ଆତଙ୍କ । ହଇଜାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ ପାଖାପାଖି ୩ ଶହ ଲୋକଙ୍କ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାର ରହିଥିଲେ ବି ସ୍ଥିତି ବେକାବୁ ହୋଇଛି । ବିଶେଷକରି ବସ୍ତି ଅଂଚଳ ଚିନ୍ତା ବଢାଉଛି । ଏଥିପାଇଁ ଆଜି ଗ୍ରାଉଣ୍ଡ ଜିରୋକୁ ଯିବେ ବରିଷ୍ଠ ପ୍ରଶାସନିକ ଅଧିକାରୀ । ସ୍ଥାନୀୟ ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ବସିଥିବା ବୈଠକରେ ସ୍ୱାସ୍ଥ୍ୟ ସଚିବ ଶାଳନୀ ପଣ୍ଡିତ ଓ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଓ ତାଙ୍କ ଟିମ୍ ରାଉରକେଲା ଯାଇ ସ୍ଥିତି ପରଖିବେ ବୋଲି ନିଷ୍ପତି ହୋଇଛି । ଏବେ ସୁଦ୍ଧା ସରକାରୀ ଭାବେ ୬ ଜଣଙ୍କ ମୃତ୍ୟୁ ହୋଇଛି ।