କନକ ବ୍ୟୁରୋ : ଝାଡଖଣ୍ଡର ସିମଡେଗା ସଦର ଉସ୍ପତାଲ ଜିଲ୍ଲା ପୋଗ୍ରାମ ମ୍ୟାନେଜର ରାଜୀବ କୁମାରଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ର କରି ସିମଡେଗା ପୁଲିସ ତାଙ୍କୁ ଗିରଫ କରିଛି। ରାଜୀବ କୁମାର ଜଣେ ନୁହେଁ ଅନେକ ମହିଳାଙ୍କୁ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗ ହୋଇଛି।

Advertisment

ଏହି ଘଟଣାକୁ ନେଇ ସିମଡେଗା ଏସପି ସମ୍ସ ତବରେଜଙ୍କ କହିବାନୁସାରେ, ରାଜୀବ ଜାତୀୟ ସ୍ବାସ୍ଥ୍ୟ ମିସନରେ ଜିଲ୍ଲା କାର୍ୟ୍ୟାଳୟ ପ୍ରବନ୍ଧକ ପଦରେ କାର୍ୟ୍ୟରତ ଥିଲେ। ତେବେ ସେ ମହିଳାମାନଙ୍କୁ ଚାକିରି ଦେବା ବାହାନାରେ ନିଜ ଘରକୁ ଡାକି ଥାଆନ୍ତି। ସେମାନଙ୍କ ସହ ପ୍ରଥମେ  ମିଠାମିଠା କଥା କହି ଯୌନ ନିର୍ୟାତନା ଦେବା ଆରମ୍ଭ କରି ଦେଇଥାଆନ୍ତି। କେବଳ ଏତିକି ନୁହେଁ ସେ ଏହି ଘଟଣାର ଭିଡିଓ ମଧ୍ୟ ପ୍ରସ୍ତୁତ କରି ଦେଇଥାଆନ୍ତି।

ଯାହାକୁ ଆଧାର କରି ସେ ମହିଳାମାନଙ୍କୁ ବ୍ଲାକମେଲ କରନ୍ତି। ଏଭଳି ଭାବେ ରାଜୀବ ୬ରୁ ଅଧିକ ମହିଳାଙ୍କୁ ନିଜର ସ୍ବୀକାର ବନାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ମହିଳା ଥାନାରେ ରାଜୀବ ବିରୋଧରେ ମାମଲା ରୁଜୁ କରାଯାଇଛି। ରାଜୀବ ଫେରାର ହୋଇ ଯାଇଥିବା ବେଳେ ଗତକାଲି ପୁଲିସ କୋଲେବିରାରୁ ତାଙ୍କୁ ଗିରଫ କରିଛି।