ଟିକାର ପ୍ରଥମ ଡୋଜ ନେଇ ସଂକ୍ରମିତ ହେଲେ କଣ କରିବେ ? କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, କୋଭିଡରୁ ଭଲ ହେବାର ୩ ମାସ ପରେ ନେଇପାରିବେ ଦ୍ୱିତୀୟ ଡୋଜ ।

Advertisment
ଟିକାର ପ୍ରଥମ ଡୋଜ ନେଇ ସଂକ୍ରମିତ ହେଲେ କଣ କରିବେ ? କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, କୋଭିଡରୁ ଭଲ ହେବାର ୩ ମାସ ପରେ ନେଇପାରିବେ ଦ୍ୱିତୀୟ ଡୋଜ ।

କନକ ବ୍ୟୁରୋ: କରୋନା ଲଢେଇରେ ଟିକାକରଣକୁ ଏବେ ସବୁଠୁ ଅଧିକ ପ୍ରାଥମିକତା ଦିଆଯାଉଛି । ଅଗ୍ରାଧିକାର ଭିତ୍ତିିରେ ଲୋକଙ୍କୁ ଟିକା ଦେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ଅନେକ ଲୋକ କରୋନା ଟିକାର ପ୍ରଥମ ଡୋଜ ନେଇ ସଂକ୍ରମିତ ହେଉଛନ୍ତି । ଟିକା ନେବା ପରେ ଜ୍ୱର ଥଣ୍ଡା ହେବା ସହ କରୋନା ସଂକ୍ରମିତ ହେଉଛନ୍ତି । ତେବେ ପ୍ରଥମ ଡୋଜ ଟିକା ନେଇ କରୋନା ସଂକ୍ରମିତ ହେଉଥିବା ଲୋକେ କେବେ ଦ୍ୱିତୀୟ ଡୋଡ ଟିକା ନେଇ ପାରିବେ ତାକୁ ନେଇ ଦ୍ୱନ୍ଦ୍ୱ ରହୁଛି । ଏତିକି ବେଳେ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କୋଭିଡରୁ ଭଲ ହେବାର ୩ ମାସ ପରେ ଦ୍ୱିତୀୟ ଡୋଜ ନେଇପାରିବେ । ଏହାସହ ସ୍ତନ୍ୟପାନ କରାଉଥିବା ମା’ ବି ଟିକା ନେଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe