କନକ ବ୍ୟୁରୋ: କରୋନା ଲଢେଇରେ ଟିକାକରଣକୁ ଏବେ ସବୁଠୁ ଅଧିକ ପ୍ରାଥମିକତା ଦିଆଯାଉଛି । ଅଗ୍ରାଧିକାର ଭିତ୍ତିିରେ ଲୋକଙ୍କୁ ଟିକା ଦେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ଅନେକ ଲୋକ କରୋନା ଟିକାର ପ୍ରଥମ ଡୋଜ ନେଇ ସଂକ୍ରମିତ ହେଉଛନ୍ତି । ଟିକା ନେବା ପରେ ଜ୍ୱର ଥଣ୍ଡା ହେବା ସହ କରୋନା ସଂକ୍ରମିତ ହେଉଛନ୍ତି । ତେବେ ପ୍ରଥମ ଡୋଜ ଟିକା ନେଇ କରୋନା ସଂକ୍ରମିତ ହେଉଥିବା ଲୋକେ କେବେ ଦ୍ୱିତୀୟ ଡୋଡ ଟିକା ନେଇ ପାରିବେ ତାକୁ ନେଇ ଦ୍ୱନ୍ଦ୍ୱ ରହୁଛି । ଏତିକି ବେଳେ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କୋଭିଡରୁ ଭଲ ହେବାର ୩ ମାସ ପରେ ଦ୍ୱିତୀୟ ଡୋଜ ନେଇପାରିବେ । ଏହାସହ ସ୍ତନ୍ୟପାନ କରାଉଥିବା ମା’ ବି ଟିକା ନେଇପାରିବେ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା । କୋଭିଡରୁ ଭଲ ହେବାର ୩ ମାସ ପରେ ନେଇପାରିବେ ଦ୍ୱିତୀୟ ଡୋଜ । ସ୍ତନ୍ୟପାନ କରାଉଥିବା ମା’ ବି ନେଇପାରିବେ ଟିକା । #Vaccine#Covid#MaskUpIndiapic.twitter.com/UVst2mFBn8
— Kanak News (@kanak_news) May 19, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/9-7.jpg)