କନକ ବ୍ୟୁରୋ : 'ଏଏନଏମ'ଙ୍କୁ ନେଇ ବଡ଼ ନିଷ୍ପତ୍ତି । ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯୋଗ୍ୟତା ଭିତିରେ ଆନ୍ଦୋଳନରତ ଏଏନଏମଙ୍କୁ ଦିଆଯିବ ନିଯୁକ୍ତି । ରାଜ୍ୟରେ ଖାଲି ରହିଛି ୧ ହଜାର ୯୯ ପଦବୀ । ପୂର୍ବରୁ କରୋନା ମହାମାରୀକୁ ଦେଖି ଏଏନଏମଙ୍କୁ ସର୍ତମୂଳକ ନିଯୁକ୍ତି ଦିଆଯାଇଥିଲା । ତେବେ ୯୦ ଦିନ ପାଇଁ ଏହି ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ବେଳେ, କରୋନା କମିଯିବା ପରେ ସେମାନଙ୍କୁ ଛଟେଇ କରାଯାଇଛି । ଏହାର ପ୍ରତିବାଦ କରି ଏଏନଏମ୍ କର୍ମୀ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି । ତେବେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଆନ୍ଦୋଳନରତ ଏଏନଏମ୍ କର୍ମୀଙ୍କ ପାଇଁ ବଡ଼ ଆସ୍ୱସ୍ତି ଆଣିଦେଇଛି ।
'ଏଏନଏମ'ଙ୍କୁ ନେଇ ବଡ଼ ନିଷ୍ପତ୍ତି : ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଯୋଗ୍ୟତା ଭିତିରେ ଆନ୍ଦୋଳନରତ 'ଏଏନଏମ'ଙ୍କୁ ଦିଆଯିବ ନିଯୁକ୍ତି
/kanak/media/post_attachments/wp-content/uploads/2021/02/27-23.jpg)