କନକ ବ୍ୟୁରୋ : ହଟହଟା ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । କଟକ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚୁକ୍ତିଭିତ୍ତିକ ପାରାମେଡ଼ିକାଲ ଓ ନସିଂ ଷ୍ଟାଫ ଘେରିଛନ୍ତି । ସ୍ଥାୟୀ ନିଯୁକ୍ତି ଦାବି ନେଇ ସମସ୍ତ ଷ୍ଟାଫ ପ୍ରାୟ ଅଧ ଘଣ୍ଟା କାଳ ମନ୍ତ୍ରୀଙ୍କୁ ବାହାରକୁ ଯିବାକୁ ଦେଇନଥିଲେ ।

Advertisment

ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନର ଏକ ବିଭାଗୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯାଇଥିବାବେଳେ ଚୁକ୍ତିଭିତ୍ତିକ ସମସ୍ତ ଷ୍ଟାଫ ତାଙ୍କୁ ଘେରିଥିଲେ । ପ୍ରାୟ ୧୯୦ ଜଣ କର୍ମଚାରୀ ଦୀର୍ଘ ୮ ବର୍ଷ ହେବ ଠିକା ଭାବେ କାର୍ଯ୍ୟ କରି ଆସୁଛନ୍ତି । ତେବେ କିଛି ସମୟ ପରେ ସମସ୍ତ ସୁରକ୍ଷା ବ୍ୟବସ୍ଥାରେ ମେଡ଼ିକାଲ ପରିସରରୁ ସ୍ୱାସ୍ଥ୍ୟମନ୍ତ୍ରୀ ବାହାରିଛନ୍ତି ।