ବୁର୍ଲାରେ ରୋଗୀଙ୍କ ସଂପର୍କୀୟଙ୍କୁ ଡାକ୍ତର ମାଡ ମାରିବା ପ୍ରସଙ୍ଗ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଜବ ଯୁକ୍ତି; କହିଲେ ତାକୁ ଏଡିଟ୍ କରି ପରେ ବଜାଉଛନ୍ତି ମିଡିଆ

838

କନକ ବ୍ୟୁରୋ: ବୁର୍ଲାରେ ଡାକ୍ତରଙ୍କ ମାଡ ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ଅଜବ ଯୁକ୍ତି ଦେଇଛନ୍ତି । ସେ କହିଛନ୍ତି, ଆରଡିସି ଓ ଜିଲ୍ଲାପାଳଙ୍କ ରିପୋର୍ଟ ଆସିଲା ପରେ କାର୍ଯ୍ୟାନଷ୍ଠାନ ହେବ । ଏଥିରେ କିଛି ବିଳମ୍ବ ହେଉନି । ସ୍ୱାମାଦିକଙ୍କ ପ୍ରଶ୍ନରେ ସେ ଓଲଟା ପ୍ରଶ୍ନ କରିଥିଲେ, ପ୍ରତିକ୍ରିୟା ନେଲେ ଆପଣ ଶୀଘ୍ର ଟେଲିକାଷ୍ଟ କରନ୍ତି କି । ତାକୁ ଏଡିଟ କରି ପରେ ବଜାଉଛନ୍ତି । ତେଣୁ ରିପୋର୍ଟ ସଂଗ୍ରହ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

କିଛି ଦିନ ତଳେ ବୁର୍ଲା ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରଥିଲେ ଡାକ୍ତର । ଆଉ ଡାକ୍ତରଙ୍କ ଏହି ଦାଦାଗିରିର ଭିଡିଓ ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ । ଏହି ଭିଡିଓରେ ଜଣେ ରୋଗୀ ସମ୍ପର୍କୀୟଙ୍କୁ ପୋଲିସ ଉପସ୍ଥିତିରେ ଅନ୍ୟ ଡାକ୍ତର, ଜବରଦସ୍ତ କ୍ଷମା ମାଗିବା ପାଇଁ ବାଧ୍ୟ କରୁଥିବା ଦେଖାଯାଇଥିଲା । ସମସ୍ତଙ୍କ ସାମ୍ନାରେ କାନ ଧରି ଭୁଲ ମାଗିଥିଲେ ଯୁବକ । ଉଠବସ ହୋଇଥିଲେ , ଡାକ୍ତରଙ୍କ ଗୋଡ ତଳେ ପଡି କ୍ଷମା ବି ମାଗିଥିଲେ । ଭିଡିଓରେ ଯୁବକଙ୍କୁ ଏଭଳି କରିବାକୁ ବାଧ୍ୟ କରାଯାଉଥିଲା । ଫାଣ୍ଡି ଭିତରୁ ପୁଲିସ ହେପାଜତରେ ଥିବା ଯୁବକଙ୍କୁ ବାହାରକୁ ଆଣି ସର୍ବସାଧାରଣରେ ଗାଳିଗୁଲଜ କରାଯାଇଥିଲା ଏବଂ ମାଡ ବି ମରାଯାଇଥିଲା । ଆଉ ଏହି ଭିଡିଓଟି ଭାଇରାଲ ହେବା ପରେ ଆରମ୍ଭ ହୋଇଥିଲା ତଦନ୍ତ ।