ରାଜ୍ୟର ମାଡ଼ିଚାଲିଛି ସଂକ୍ରମଣ ରୋଗ ; ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

107

କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ ରୋଗ ମାଡି ଚାଲିଛି । ଡିପଥେରିଆ, ଜଣ୍ଡିସ ଓ ଜାପାନିଜ ଏନସେଫାଲାଇଟିସ୍ ଭଳି ରୋଗ ଏବେ ଚିନ୍ତା ବଢାଇଛି । ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ତାହା ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ଏହାର ମୁକାବିଲା କିଭଳି ହେବ ସେଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସ୍ଥିତି ସମୀକ୍ଷା କରିବେ ।

ସଂକ୍ରମଣ ରୋଗ ଅନୁଗୁଳ, ରାୟଗଡା ଏବଂ ସମ୍ବଲପୁରରେ ବ୍ୟାପୀଥିବାରୁ ଏହି ୩ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବୈଠକ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ । ବୈଠକରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହିବେ । ଡିପଥେରିଆରେ ଏବେ ସୁଦ୍ଧା ୬ ଜଣ ଶିଶୁଙ୍କ ପ୍ରାଣହାନୀ ହୋଇଛି । ଏଥିମଧ୍ୟରୁ ୫ ଜଣ ଛୋଟ ଛୁଆ । ସେହିପରି ସମ୍ବଲପୁରରେ ଶିଶୁଙ୍କୁ ଜଣ୍ଡିସ ଭୟ ଘାରିଛି । ଏଥିରେ ୬୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ଅଧିକ ରହିଛି । ସେପଟେ କ୍ୟାପିଟାଲ ହସ୍ପିଟାଲ ଆସି ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିବେ ବୋଲି ଜଣାପଡିଛି ।