କନକ ବ୍ୟୁରୋ: ଆଜି ବିଧାନସଭାର ଷଷ୍ଠ ଦିନରେ ଧର୍ମଶାଳା କବାଟବନ୍ଧ ପିଏଚସିକୁ ସିଏଚସିରେ କେବେ ପରିବର୍ତ୍ତନ କରାଯିବ ବୋଲି ପ୍ରଶ୍ନ କରିଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ଏହାର ଉତ୍ତରରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଯାହା ଉତ୍ତର ଦେଲେ ତାହା ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଦୂରାବସ୍ଥାକୁ ସ୍ପଷ୍ଟ କରିଛି ।

Advertisment

 ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଇଣ୍ଡିଆନ ପବ୍ଲିକ ହେଲଥ୍ ଷ୍ଟାଣ୍ଡାର୍ଡ ଅନୁସାରେ ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ପର୍ୟ୍ୟନ୍ତ ସ୍ଥାପନ କରାଯାଇଥାଏ କିନ୍ତୁ ଏବେ ରାଜ୍ୟରେ ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫ ଅଭାବ ରହିଛି । ରାଜ୍ୟରେ ବର୍ତ୍ତମାନ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି) ଗୁଡିକରେ ଇଣ୍ଡିଆନ ପବ୍ଲିକ ହେଲଥ ଷ୍ଟାଣ୍ଡାର୍ଡ ଅନୁସାରେ ୯୦ ପ୍ରତିଶତ ସୁବିଧା ଉପଲବ୍ଧ ନାହିଁ । ତେଣଉ ବର୍ତ୍ତମାନ ସ୍ଥିତିରେ ଧର୍ମଶାଳା କବାଟବନ୍ଧ ପିଏଚସିକୁ ସିଏଚସିରେ ବଦଳାଇବା ଏବେ ସମ୍ଭବ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ।