ମନ୍ତ୍ରୀଙ୍କ ମୁହଁରେ ଫାଇଭ ଟାଉଟର ; ଓଡ଼ିଆ ଅସ୍ମିତା କଥା କହି ବିଜେଡି ଉପରେ ଖୁବ୍ ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

Advertisment
ମନ୍ତ୍ରୀଙ୍କ ମୁହଁରେ ଫାଇଭ ଟାଉଟର ; ଓଡ଼ିଆ ଅସ୍ମିତା କଥା କହି ବିଜେଡି ଉପରେ ଖୁବ୍ ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

କନକ ବ୍ୟୁରୋ: ମନ୍ତ୍ରୀଙ୍କ ମୁହଁରେ ‘ଫାଇଭ ଟାଉଟର’। ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ। ତା’ ପୁଣି ବିଧାନସଭାର ଗୃହ ଭିତରେ। କାହିଁକି ଓ କାହା ଉଦ୍ଦେଶ୍ୟରେ ଏଭଳି କହିଲେ ମନ୍ତ୍ରୀ। ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଫାଇଭ ଟାଉଟର କଥା କହିଛନ୍ତି। ବିଜେଡିକୁ ଟାର୍ଗେଟ କରି ଏଭଳି କହିଛନ୍ତି ମନ୍ତ୍ରୀ। ଗୃହରେ ନିଜ ବିବୃତ୍ତି ରଖୁଥିବା ବେଳେ ଓଡ଼ିଶା ଅସ୍ମିତାକୁ ନେଇ ବିଜେଡି ଉପରେ ଖୁବ୍ ବର୍ଷିଥିଲେ ମୁକେଶ ମହାଲିଙ୍ଗ।

ମନ୍ତ୍ରୀ କହିଥିଲେ, ଓଡ଼ିଆ ଅସ୍ମିତାକୁ ନେଇ ରାଜ୍ୟରେ ସରକାର ଗଠନ ହୋଇଛି। ତେଣୁ ବିରୋଧୀ ଦଳ ପାଖରେ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରିବାର ନୈତିକ ଅଧିକାର ନାହିଁ। ଆଉ ଏତିକି ବେଳେ ମନ୍ତ୍ରୀଙ୍କ ମୁହଁରୁ ସେହି ଶବ୍ଦ ବାହାରିଥିଲା, ଯାହା ଖୁବ୍ ଚର୍ଚ୍ଚା ସାଉଣ୍ଟିଥିଲା। ଓଡ଼ିଆ ଅସ୍ମିତା କଥା ଉଠାଇ ବିଜେଡିକୁ ପାଲଟା ପ୍ରଶ୍ନ କରିଥିଲେ ଯେ, ଯେତେବେଳେ ଫାଇଭ ଟାଉଟର ଶାସନ କରୁଥିଲେ, ସେତେବେଳେ ଓଡ଼ିଆ ଅସ୍ମିତା କୁଆଡ଼େ ଗଲା। ଫାଇଭ ଟାଉଟର ଚୌକିରେ ବସୁଥିଲେ। ଆଉ ବିଜେଡି ବିଧାୟକ ଓ ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିବା କଥା କହି ତେର୍ଚ୍ଛା ବାଣ ମାରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe