କନକ ନ୍ୟୁଜ ପ୍ରଭାବ : ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟଣା ; ସତ୍ୟତାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

37

କନକ ବ୍ୟୁରୋ: କନକ ନ୍ୟୁଜ୍ ପ୍ରଭାବ । ଭୁଲ ଇଂଜେକ୍ସନରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗକୁ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତଦନ୍ତ ନିର୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ରବିବାର ଦିନ ପୁରୀ ଜିଲ୍ଲା କାକଟପୁର ବାଙ୍ଗୁରୀ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ୬୫ ବର୍ଷିୟ ମହିଳା ଦେବକୀ ରାଉତଙ୍କ ମୃତ୍ୟୁ ହୋଇଥିଲା ।

ରବିବାର କନକ ନ୍ୟୁଜରେ ଏହି ଖବର ପ୍ରସାରଣ ହେବା ପରେ ଯୁବ ସମାଜସେବୀ ଅମୀୟ ରଞ୍ଜନ ବାରିକ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କୁ ଟ୍ୱିଟ୍ କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ଉତ୍ତର ରଖି, ତଦନ୍ତ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହୋଇଛି, ଅଭିଯୋଗର ସତ୍ୟତା କେତେ ତାହାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବାଙ୍ଗୁରୀ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮ ଜଣ ଡାକ୍ତର ଥିବା ବେଳେ ଫାର୍ମାଶିଷ୍ଟ ମହିଳାଙ୍କ ଚିକିତ୍ସା କରି ଭୁଲ ଇଞ୍ଜେକ୍ସନ୍ ଦେବାରୁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।