କନକ ବ୍ୟୁରୋ: ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଏନେଇ ଆପୋଲୋ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ମନ୍ତ୍ରୀଙ୍କୁ ଗୁଳିମାଡ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡା ଦେବାଶିଷ ନାୟକଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ତାଙ୍କ ଚିକିତ୍ସା କରୁଥିଲେ । ଶୀଘ୍ର ତାଙ୍କୁ ଅପରେସନ କରାଯାଇଥିଲା । ଅପରେସନ ବେଳେ ଜଣା ପଡିଥିଲା ଯେ ଗୋଟିଏ ଗୁଳି ଦେହରେ ପଶି ବାହାରିଯାଇଛି । ଏହି କାରଣରୁ ହୃତପିଣ୍ଡ ଏବଂ ବାମ ଫୁସଫୁସ ଉପରେ ଏହାର ପ୍ରଭାବ ପଡିଥିଲା । ଦେହରେ ପ୍ରବଳ ରକ୍ତସ୍ରାବ ଯୋଗୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା ।
ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅନେକ ଚେଷ୍ଟା କରିଥିଲେ ତାଙ୍କ ଜାବନ ବଞ୍ଚାଇବା ପାଇଁ । ପୁଣି ଥରେ ହୃତପିଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା ବେଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/35-9.jpg)