ଜୋତା ଦ୍ୱାରା ପ୍ରଭାବିତ ହୁଏ ସ୍ୱାସ୍ଥ୍ୟ । ଏ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା

428

କନକ ବ୍ୟୁରୋ: ଅନେକ ସମୟରେ ଅଧିକାଂଶ ଲୋକେ ଜୋତା ବାହାର ନକରି ଘର ଭିତରକୁ ଚାଲିଆସନ୍ତି । କେବଳ ଆଧ୍ୟାତ୍ମିକ ଦୃଷ୍ଟିରୁ ନୁହେଁ ବରଂ ବିଜ୍ଞାନ ସମ୍ମତ କାରଣରୁ ମଧ୍ୟ ଏହା କ୍ଷତିକାରକ । ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଜୋତା ମାଧ୍ୟମରେ ଅନେକ ଜୀବାଣୁ ଘର ଭିରକୁ ପ୍ରବେଶ କରିବା ସହ ଅନେକ ପ୍ରକାର ରୋଗ ମଧ୍ୟ ଦେଖାଯାଏ ।

ଆରିଜୋନା ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ବାହାରେ ପିନ୍ଧାଯାଉଥିବା ଜୋତାରେ ପାଖାପାଖି ୪୦ ହଜାରରୁ ଅଧିକ ବ୍ୟାକ୍ଟେରିଆ ଥାଆନ୍ତି । ଏହି ଜୀବାଣୁ ମଣିଷର ରକ୍ତ ଓ ପଶୁମାନଙ୍କ ମଳରେ ଥାଏ । ଏହାବ୍ୟତୀତ ୬ଟି ହାନୀକାରକ ବ୍ୟାକ୍ଟେରିଆ ହେଉଛି ଇ-କୋଲି, କ୍ଲେବସିଏଲା, ନିମୋନିଆ, ସେରାଟିୟା, ଓ ଫକିରିଆ ପରି ବ୍ୟାକ୍ଟେରିଆ । ଏହି ସବୁ ଜୀବାଣୁ ଜେତା ଦ୍ୱାରା ଘର ଭିତରେ ପ୍ରବେଶ କରି ଖାଦ୍ୟ ପଦାର୍ଥ, ପାଣି, ଆସବାବପତ୍ର ଓ ପୋଷାକରେ ଲାଗିଯାନ୍ତି । ଫଳରେ ନିଃଶ୍ୱାସ ଜନିତ ରୋଗ ସହ ୟୁରିନ୍ ଇନଫେକ୍ସନ୍, ଲିଭର ସଂକ୍ରମଣ ଓ ତ୍ୱଚାରେ ସମସ୍ୟା ଦେଖାଯାଏ ।

ଆମେରିକା ସ୍ଥିତ ‘ଏନଭାଇରନମେଣ୍ଟ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି’ ଦ୍ୱାରା କରାଯାଇଥିବା ଆଉ ଏକ ଗବେଷଣାରୁ ଜଣାପଡିଛି ଯେ, ବାହାରେ ପିନ୍ଧାଯାଉଥିବା ଜୋତାରେ ଏକ ପ୍ରକାର ଟକ୍ସିନ୍ ଥାଏ, ଯାହାକି ଅବସାଦ,ହଜମ ସମ୍ପର୍କିତ ସମସ୍ୟା ସୃଷ୍ଟି କରେ । ଏହାସହ ଦୃଷ୍ଟି ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଏ । ତେଣୁ ବାହାରେ ବ୍ୟବହାର କରୁଥିବା ଜୋତାକୁ କେବିବି ଘର ଭିତରକୁ ଆଣନ୍ତୁ ନାହିଁ । କେବଳ ଏତିକି ନୁହେଁ ଘର ଭିତରକୁ ପ୍ରବେଶ କରିବା ପୂର୍ବରୁ ଗୋଡ ଧୋଇ ପ୍ରବେଶ କରିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତୁ ।