ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା । ୨ ଲକ୍ଷ ଟଙ୍କାର ମୌଳିବ ବୀମା ସୁରକ୍ଷା ଦେବ ଶ୍ରୀମନ୍ଦିର ପ୍ରଶାସନ

68

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସେବାୟତ ମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଘୋଷଣା କରିଛନ୍ତି । ପ୍ରଶାସନର ସୂଚନା ମୁତାବକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରୁଥିବା ସମସ୍ତ ସେବାୟତଙ୍କୁ ୨ ଲକ୍ଷ ଟଙ୍କାର ମୌଳିକ ବୀମା ସୁବିଧା ଯୋଗାଇ ଦିଆଯିବ । ଏନେଇ ବୀମା କମ୍ପାନୀ ସହ ଆଲୋଚନା ହୋଇଥିବା କହିଛି ଶ୍ରୀମନ୍ଦିର ପ୍ରଶାସନ ।

ଅନ୍ୟପଟେ ଯେଉଁ ସେବାୟତମାନେ ଗରୁତର ଅସୁସ୍ଥ ହେବେ ସେମାନଙ୍କ କ୍ଷେତ୍ରରେ ଆଉ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ । କହିରଖୁ କି କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁ ଦର୍ଶନ ବନ୍ଦ କରାଯାଇଛି । ଦର୍ଶନ ବନ୍ଦ ରହିଥିବା ବେଳେ ସେବାୟତ ମାନଙ୍କ ଦ୍ୱାରା ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଚାଲୁ ରହିଛି ।