କରୋନା ତୃତୀୟ ଲହରକୁ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଡାକ୍ତର ନିରୋଜ ମିଶ୍ର କହିଲେ, ଅଗଷ୍ଟରେ କଟକଣା କୋହଳ ହେବା ଅନୁଚିତ୍

286

କନକ ବ୍ୟୁରୋ: କରୋନା ତୃତୀୟ ଲହରକୁ ନେଇ ଆଇଆଇଟି କାନପୁରର ଆକଳନ ପରେ ସତର୍କ କରାଇ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ଅଗଷ୍ଟରେ କଟକଣା କୋହଳ ହେବା ଅନୁଚିତ୍ । ତୃତୀୟ ଲହର ନଭେମ୍ବର ସୁଦ୍ଧା ଆସିବା ନେଇ ଆକଳନ କରାଯାଉଥିବାରୁ ନଭେମ୍ବର ପୂର୍ବରୁ ରାଜ୍ୟରେ ସଂପୂର୍ଣ୍ଣ ଟିକାକରଣ କରିବା ପାଇଁ ଡାକ୍ତର ନିରୋଜ ମିଶ୍ର ପରାମର୍ଶ ଦେଇଛନ୍ତି । ସେପଟେ କରୋନାର ତୃତୀୟ ଲହରକୁ ନେଇ ବଡ ଆକଳନ କରିଛି କାନପୁର ଆଇଆଇଟି ମଡେଲ ।

କାନପୁର ଓ ହାଇଦ୍ରାବାଦ ଆଇଆଇଟିର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍-୧୯ର ଗାଣିତିକ ମଡେଲ ଅନୁସାରେ ବଡ ଆକାରରେ ଆସିନପାରେ ତୃତୀୟ ଲହର । କାନପୁର ଆଇଆଇଟି ପ୍ରଫେସର ମନିନ୍ଦ୍ର ଅଗୱାଲଙ୍କ ନେତୃତ୍ୱରେ ପ୍ରସ୍ତୁତ ମଡେଲ ଅନୁସାରେ ଅତି ଖରାପ ସ୍ଥିତି ଆସିଲେ ବି ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସର୍ବାଧିକ ଦୈନିକ ୨ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି । ଏଥିସହ କୋଭିଡ୍ ଗାଇଡଲାଇନ କଡାକଡି ପାଳନ କରିବାକୁ କାନପୁର ଆଇଆଇଟି ମଡେଲରେ କୁହାଯାଇଛି ।