କରୋନା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ବର୍ତ୍ତମାନ ୮୦ ପ୍ରତିଶତ କରୋନା ସଂକ୍ରମଣ ଲକ୍ଷଣ ବିହୀନ

56

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ପ୍ରତେକ ଦିନ ୨୦୦ ରୁ ୩୦୦ ଭିତରେ ସଂକ୍ରମଣ ରହିଆସୁଛି। ଏମିତି କି କିଛି ମାତ୍ରାରେ ଆର ଭ୍ୟାଲୁ ବଢିଛି । ହେଲେ ହସ୍ପିଟାଲ ଆଡମିସନ ଗୁରୁତର ରୋଗୀଙ୍କ ସଂଖ୍ୟା କମିଛି । ଏହାସହ ଭେଣ୍ଟିଲେଟରରେ ଆଡମିଟ ହେଉଥିବା ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍ ଅଛି ।

ଆସିୟୁରେ ଛୋଟ ପିଲାଙ୍କ ଆଡମିସନ ସଂଖ୍ୟା ୧ ପ୍ରତିଶତରୁ କମ୍ ଅଛି । ତେଣୁ ଆମେ ଏବେ ଭଲ ସ୍ଥିତିରେ ଅଛନ୍ତି। ରାଜ୍ୟରେ ତିନିମାସ ହେଲାଣି ସଂକ୍ରମଣ ତଳ ଉପର ହେଉଥିବାର ଦେଖା ଯାଉଛି। ଏଭଳି ସ୍ଥିତିରେ କିଭଳି ଟ୍ରାନ୍ସମିସନକୁ କମାଯାଇ ପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି, ଯାହାକି ଖୁବ୍ ଉଦବେଗଜନକ । ତେବେ ବର୍ତ୍ତମାନ ସମୟରେ ୧୦୦ରୁ ୮୦ଜଣ ଲକ୍ଷଣବିହୀନ।