ସ୍କୁଲ ଖୋଲିବାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା: ‘ସବୁ ନିୟମ ମାନି ସ୍କୁଲ ଖୋଲିଲେ କିଛି ଅସୁବିଧା ନାହିଁ’

212

କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ କମୁଥିଲେ ବି ବିଦେଶରେ ନୂଆ ଭ୍ୟାରିଆଂଟର ପ୍ରକୋପକୁ ଦେଖି ସ୍କୁଲ ଖୋଲିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କରୋନାର ଛକାପଞ୍ଝା ଭିତରେ ସ୍କୁଲ ଖୋଲିବାକୁ ନେଇ ଶଙ୍କା ରହୁଥିବାବେଳେ ସେ କହିଛନ୍ତି ଯେ, ‘ପିଲାମାନଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ । ତେବେ କୋଭିଡର ସମସ୍ତ ନିୟମକୁ କଡାକଡି  ଭାବେ ପାଳନ କରାଯାଇ ସ୍କୁଲ ଖୋଲିଲେ କିଛି ଅସୁବିଧା ନାହିଁ’ ବୋଲି  ସେ କହିଛନ୍ତି ।  ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିଲେ ବି ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ବରଂ ପୂର୍ବପରି ମାସ୍କ ପିନ୍ଧିବା ସହ ଆବଶ୍ୟକସ୍ଥଳେ ସୋସିଆଲ ଡିଷ୍ଟାଷ୍ଟିଙ୍ଗକୁ ମାନିବାକୁ ସେ କହିଛନ୍ତି ।

କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ୨୪ ଘଣ୍ଟା ମଧ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୯୨୯ ଥିବାବେଳେ ୩୯୨ଟି ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ ୨୪ ଘଂଟାରେ ମୋଟ ୨୦୮ ଟି ପଜିଟିଭ୍ କେସ୍ ମିଳିଛି । ଏମାନଙ୍କ ମଧ୍ୟରୁ ୨୩ ଜଣ ୧୮ ବର୍ଷରୁ କମ ବୟସର ଚିହ୍ନ ।ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧରୁ ୯୯ ଓ କଟକରୁ ୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହା ବ୍ୟତୀତ ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ସଂକ୍ରମଣରୁ ୮୯ଜଣ ପଜିଟିଭ ଚିହଟ ହୋଇଛନ୍ତି ।