କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତି: ଅଧିକୃତ ଅଫିସରଙ୍କୁ ଦିଆଗଲା କ୍ଷମତା, ସନ୍ଦିଗ୍ଧଙ୍କୁ ଏକୁଟିଆ ରଖିବାଠୁ ଆରମ୍ଭ କରି ପ୍ରଭାବିତ ଅଂଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲଗାଇପାରିବେ କଟକଣା

Advertisment
କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତି: ଅଧିକୃତ ଅଫିସରଙ୍କୁ ଦିଆଗଲା କ୍ଷମତା, ସନ୍ଦିଗ୍ଧଙ୍କୁ ଏକୁଟିଆ ରଖିବାଠୁ ଆରମ୍ଭ କରି ପ୍ରଭାବିତ ଅଂଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲଗାଇପାରିବେ କଟକଣା

କନକ ବ୍ୟୁରୋ : କରୋନାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତି । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯିବା ପରେ ବିଜ୍ଞପ୍ତି ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ । ଏଣିକି ସବୁ ଡାକ୍ତରଖାନାରେ କରୋନା ସନ୍ଦିଗ୍ଧଙ୍କ ସ୍କ୍ରିନିଂ ପାଇଁ ବ୍ୟବସ୍ଥା ରହିବ । ତେବେ ଘରୋଇ ଲାବୋରେଟାରୀ COVID-୧୯ର ପରୀକ୍ଷା କରିପାରିବେନି ବୋଲି କୁହାଯାଇଛି । କେବଳ ରାଜ୍ୟ ଆଇଡିଏଚପି ୟୁନିଟ ଜରିଆରେ ପରୀକ୍ଷଣ ପାଇଁ ନମୁନା ପଠାଇ ପାରିବେ ବୋଲି କୁହାଯାଇଛି । ଏଥିପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକୃତ ଅଫିସର ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ପ୍ରତିଷେଧକ ବ୍ୟବସ୍ଥା କରିପାରିବେ । କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ସ୍ଥାନରେ କଟକଣା ଜାରି କରିପାରିବେ । ଏପରକି ସଂକ୍ରମିତ ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲଗାଇ ପାରିବେ କଟକଣା । ସେହିଭଳି କରୋନା ସନ୍ଦିଗ୍ଧଙ୍କ ଉପରେ କଡା ନଜର ରଖିପାରିବେ ଅଧିକୃତ ଅଫିସର । କୌଣସି ସରକାରୀ କୋଠାକୁ ସନ୍ଦିଗ୍ଧଙ୍କ ରହଣିସ୍ଥଳ ଘୋଷଣା କରିପାରିବେ । ସନ୍ଦିଗ୍ଧଙ୍କୁ ଏକୁଟିଆ ରଖିବାକୁ ବାଧ୍ୟ କରିପାରିବେ ଅଧିକୃତ ଅଫିସର । ନିର୍ଦ୍ଦେଶ ଅମାନ୍ୟ କଲେ ଆଇପିସି ଧାରା-୧୮୮ରେ ଦଣ୍ଡନୀୟ ବ୍ୟବସ୍ଥା କରାଯାଇଛି।

ସେହିପରି କରୋନା ରୋଗୀଙ୍କ ପରିଚୟ ପ୍ରଘଟ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି। ଯଦି କୌଣସି ରୋଗୀଙ୍କ ପରିଚୟ ପ୍ରଘଟ ହୁଏ ତେବେ ସେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସାମାଜିକ ବାସନ୍ଦ କରାଯାଇପାରେ । ଏହି କାରଣ ପାଇଁ ରୋଗୀଙ୍କ ପରିଚୟ ପ୍ରଘଟ କରିବାକୁ ମନା କରାଯାଇଛି।ସୋସିଆଲ ମିଡିଆରେ ଯଦି କୌଣସି ରୋଗୀଙ୍କ ପରିଚୟ ପ୍ରଘଟ କରାଯାଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe