ବିନା ଅନୁମତିରେ ନର୍ସିଂହୋମରେ ଥିଲା ଅଲଟ୍ରାସାଉଣ୍ଡ ମେସିନ । ଅଭିଯୋଗ ପରେ ଚଢ଼ାଉ କଲେ ଜୟପୁର ଉପଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍

130

କନକ ବ୍ୟୁରୋ : ବିନା ଡାକ୍ତରରେ ନର୍ସିଂହୋମରେ ଚାଲିଥିଲା ଅଲଟ୍ରାସାଉଣ୍ଡ । ଅଭିଯୋଗ ପରେ ନର୍ସିଂହୋମ୍ ଉପରେ ଚଢ଼ାଉ । ଜୟପୁର ସହରର ଦୋଳ ମଣ୍ଡପ ସାହିରେ ଥିବା ଗୌରୀ ଶଙ୍କର ନର୍ସିଂହୋମ ଉପରେ ଏହି ଚଢ଼ାଉ କରିଛି ପ୍ରଶାସନ । ଅଲଟ୍ରାସାଉଣ୍ଡ ମେସିନକୁ ସିଲ କରିବା ସହ ବିନା ଡାକ୍ତର ଓ ବିନା ଅନୁମତିରେ ନର୍ସିଂହୋମ ଚଳାଉଥିବା ମାଲିକକୁ କଲେ ତାଗିଦ କରିଛି ପ୍ରଶାସନ । ଜୟପୁର ଉପଜିଲ୍ଲାପାଳଙ୍କ ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମିଳିତ ଭାବେ ଏହି ଚଢ଼ାଉ କରିଛି । ବିନା ଅନୁମତିରେ ଏପରି କରିବା ଦଣ୍ଡନୀୟ ଅପରାଧ ବୋଲି ଅଧିକାରୀ କହିଛନ୍ତି ।