ନିଦ ହଜାଇଦେଲା ନିଜାମୁଦ୍ଦିନର ଧାର୍ମିକ ସମାବେଶ: ତାମିଲନାଡୁରୁ ଆସିଥିବା ୫୦ ଜଣ କରୋନା ପଜିଟିଭ୍; ସେପଟେ ୭୦୦ଜଣଙ୍କଠାରେ ଦେଖା ଗଲାଣି କରୋନା ଲକ୍ଷଣ

ସମାବେଶ ଆୟୋଜକ ମୌଲନା ସାଦ୍ ନାମରେ ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ

3,646

କନକ ବ୍ୟୁରୋ: ଦିଲ୍ଲୀରେ ହୋଇଥିବା ନିଜାମୁଦ୍ଦିନ ଧାର୍ମିକ ସମାବେଶ ଏବେ ସବୁଠୁ ଚର୍ଚ୍ଚାରେ । ନିଜାମୁଦ୍ଦିନ ସ୍ଥିତ ତବଲିଗ ମରକଜରେ ସଂକ୍ରମିତ ଚିହ୍ନଟ ହେବା ଘଟଣା, ସ୍ୱାସ୍ଥ୍ୟ ବିଭାଗ, ଗୃହମନ୍ତ୍ରାଳୟ ଓ ଦିଲ୍ଲୀ ସରକାରଙ୍କ ନିଦ ଉଡାଇ ଦେଇଛି । ସେହିପରି ସମାବେଶ ଆୟୋଜନ କରିଥିବା ମୌଲାନା ସାଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କରୋନା ମୁକାବିଲା ପାଇଁ ସରକାର ଜାରି କରିଥିବା ସାମାଜିକ ଦୂରତା ରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ ।

ଗତରାତିରେ ନଜାମୁଦ୍ଦିନରୁ ସଂକ୍ରମଣକୁ ୧୦ରୁ ୧୨ଟି ବସରେ ୧୦୩୩ କରୋନା ସନ୍ଦିଗ୍ଧଙ୍କୁ ମେଡିକାଲକୁ ନିଆଯାଇଛି । ସେମାନଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭି ହୋଇଥିବା ବେଳେ ୭ଶହଙ୍କୁ କ୍ୱାରେନଟାଇନରେ ରଖାଯାଇଛି । ନିଜାମୁଦ୍ଦିନର ଧାର୍ମିକ ସମାବେଶରୁ ବିଭିନ୍ନ ସ୍ଥାନକୁ କରୋନା ସଂକ୍ରମଣ ବ୍ୟାପିଛି ବୋଲି ସନ୍ଦେହ କରାଯାଉଛି ।

କାରଣ ଏଠାରେ ଆୟୋଜିତ ଧାର୍ମିକ ସମାବେଶରେ ଯୋଗଦେଇଥିବା ତାମିଲନାଡୁର ୫୦ ଜଣଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଛି । ନିଜାମୁଦ୍ଦିନ ସମାବେଶରୁ ଫେରିଥିବା ୧୦ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଏହି ସମାବେଶରୁ ବିଦେଶର ପ୍ରତିନିଧି ସମେତ ପ୍ରାୟ ୨୫ଶହରୁ ଅଧିକ ବ୍ୟକ୍ତି ସାମିଲ ହୋଇଥିବା କୁହାଯାଉଛି । ତେବେ ଚିନ୍ତାର କାରଣ ହେଉଛି, ଏହି ସମାବେଶରେ ଯୋଗ ଦେଇ କିଛି ଲୋକ ଓଡିଶା ମଧ୍ୟ ଫେରିଛନ୍ତି ।