କନକ ବ୍ୟୁରୋ : ନିଆଁ ଭଳି ବ୍ୟାପୁଛି ଆଖିଧରା ରୋଗ । ସମ୍ବଲପୁର ସଦର ମେଡିକାଲ ଓ ଭୀମସାରରେ ବଢିଛି ଆଖିଧରା ରୋଗୀଙ୍କ ସଂଖ୍ୟା । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଏବେ ୬୦ ପ୍ରତିଶତ ରୋଗୀ କେବଳ ଆଖି ଧରା ସଂକ୍ରମିତ ବୋଲି ଜଣାପଡିଛି । ସେହିପରି ଭୀମସାରକୁ ପଶ୍ଚିମ ଓଡିଶାର ବିଭିନ୍ନ ଅଂଚଳରୁ ଆଖିଧରା ରୋଗୀ ଆସି ଚିକିତ୍ସିତ ହେଉଛନ୍ତି ।

Advertisment

ପୂର୍ବ ତୁଳନାରେ ଏହି ଆଖି ଧରା ରୋଗୀଙ୍କ ସଂଖ୍ୟା ଦୁଇ ଗୁଣାରେ ପହଂଚିଥିବା ଡାକ୍ତର କହିଛନ୍ତି । ଏବେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିପାରନ୍ତି । ଏହା ଏକ ଭୂତାଣୁ ଜନିତ ରୋଗ । ସପ୍ତାହେରୁ ୨ ସପ୍ତାହ ମଧ୍ୟରେ ରହିବ । ଭୂତାଣୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହେଉଥିବାରୁ ସତର୍କ ରହିବାକୁ ବିଶେଷଜ୍ଞ କହିଛନ୍ତି ।

ଯେଉଁମାନଙ୍କୁ ଆଖିଧରା ରୋଗ ହେଉଛି ସେମାନେ ଘରେ ରୁହନ୍ତୁ । ସମ୍ପର୍କୀୟ ଘରକୁ ଯିବା ଆସିବା ନକରି ଘର ରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଖାସ କରି ଛାତ୍ରଛାତ୍ରୀ ସ୍କୁଲ ଯାଉଥିବାରୁ ବେଶ୍ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ନହେଲେ ଆଖିଧରା ବ୍ୟାପିବରା ଯଥେଷ୍ଟ ସମ୍ଭାବନା ରହିଥିବା ଉଭୟ ଭୀମସାର ଓ ସମ୍ବଲପୁର ମେଡିକାଲ ଡାକ୍ତର କହିଛନ୍ତି ।