ଅଂଟାରେ ଅସ୍ଥି ଜନିତ ସମସ୍ୟା ଯୋଗୁଁ ଘୋଷାରି ଘୋଷାରି ଚାଲୁଛି ୧୭ ବର୍ଷ ବୟଷ୍କ ବାଘ ନନ୍ଦନ, ନିଶ୍ଚେତକ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କଲେ ଓୟୁଏଟିର ପ୍ରାଣୀ ବିଶେଷଜ୍ଞ

77

କନକ ବ୍ୟୁରୋ : ନନ୍ଦନକାନନର ୧୭ ବର୍ଷ ବୟସର ଜଙ୍ଗଲି ମହାବଳ ବାଘ ନନ୍ଦନ ଅସୁସ୍ଥ । ଅଂଟାରେ ଅସ୍ଥିଜନିତ ସମସ୍ୟା ବା ଆଥେରାଇଡସ ରୋଗରେ ଆକ୍ରାନ୍ତ ହୋଇଛିି ନନ୍ଦନ । ଅସୁସ୍ଥତା ଯୋଗୁଁ ସେ ଠିକ୍ ଭାବେ ଚାଲିପାରୁନାହିଁ । ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରେ ରଖି ଚିକିତ୍ସା କରାଯାଉଛି । ଓୟୁଏଟି ପ୍ରାଣୀ, ଅସ୍ଥି ଓ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଇନ୍ଦ୍ରମଣୀ ନାଥ ନନ୍ଦନର ସ୍ୱାସ୍ଥ୍ୟ ନିରୀକ୍ଷଣ କରିଛନ୍ତି । ଟ୍ରାଙ୍କୁଲାଇଜ୍ କରି ଅଚେତ କରିବା ପରେ ରକ୍ତନମୂନା ସଂଗ୍ରହ କରି ପରୀକ୍ଷା କରାଯାଇଛି ଓ ଏକ୍ସରେ ମଧ୍ୟ କରାଯାଇଛି । ନନ୍ଦନ ଗତ ୨୦୧୩ ମସିହା ଜୁଲାଇ ୧୩ ତାରିଖରେ ଚନ୍ଦକା ଅଭୟାରଣ୍ୟରୁ ନନ୍ଦନକାନନକୁ ଅନୁପ୍ରବେଶ କରି ଚର୍ଚ୍ଚାକୁ ଆସିଥିଲା । ସେବେଠାରୁ ସେ ନନ୍ଦନକାନନରେ ରହି ଆସୁଛି ।