କନକ ବ୍ୟୁରୋ : ରାଜ୍ୟର ବଛାବଛା ଡାକ୍ତର ଓ ଚିକିତ୍ସା ବିଜ୍ଞାନୀଙ୍କୁ ନେଇ କନକ ନ୍ୟୁଜର ହେଲଥ କନକ୍ଲେଭ କାର୍ଯ୍ୟକ୍ରମ । ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମରେ ଆୟଜିତ ଏହି କାର୍ଯ୍ୟକ୍ରରେ ଭାଗ ନେଇଛନ୍ତି ରାଜ୍ୟର ଅନେକ ବିଶେଷଜ୍ଞ ଡାକ୍ତର । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚିକିତ୍ସା ବିଜ୍ଞାନ ପାଇଁ ଆଗାମୀ ଦିନରେ କଣ ସବୁ ଆହ୍ୱାନ ରହିଛି ସେ ସଂପର୍କରେ ଆଲୋକପାତ କରିିଛନ୍ତି ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ । ଏମ୍ସରେ ଗରିବ ଶ୍ରେଣୀର ରୋଗୀଙ୍କୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି । ଏହା କିପରି ବିଶ୍ୱସ୍ତରୀୟ ହୋଇପାରିବ ସେଦିଗରେ ଚେଷ୍ଟା କରାଯାଉଥିବା ମତ ରଖିଛନ୍ତି । ସେହିପରି ଡିଆଁରୋଗ କିଭଳି ସାରାବିଶ୍ୱ ପାଇଁ ଆହ୍ୱାନ ପାଲଟିଛି ଏବଂ ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ଶବ ପରିଚାଳନା କାହାଣୀ କହିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଡାକ୍ତରମାନଙ୍କୁ ନେଇ ୭ଟି ସେସନର ଆୟୋଜନ କରାଯାଇଥିଲା । ବରିଷ୍ଠ ପେଟରୋଗ ବିଶେଷଜ୍ଞ ଡାକ୍ତର ମନୋଜ ସାହୁ ମଧ୍ୟ ଲିଭରକୁ କେମିତି ସୁରକ୍ଷିତ ରଖିହେବ ସେନେଇ ଉପାଦେୟ ଟିପ୍ସ ପ୍ରଦାନ କରିଛନ୍ତି । ଯୁବାବସ୍ଥାରେ ହୃଦ୍ରୋଗ ଏବେ ଏକ ନୂଆ ସ୍ୱାସ୍ଥ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି । ତେଣୁ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି ଡାକ୍ତର ଦିବ୍ୟରଞ୍ଜନ ବେହେରା ଓ ଡାକ୍ତର ବିଶ୍ୱଜିତ ମହାପାତ୍ର ।
ଘରୋଇ ହସ୍ପିଟାଲଗୁଡିକ ପାଇଁ ରୋଗୀଙ୍କ ବିଶ୍ୱସ ଜିତିବା କେମିତି ଜରୁରୀ ଏବଂ ଯନ୍ତ୍ରଣାର ଉପଶମ ପାଇଁ ଅଧୁନିକ ଚିକିତ୍ସା କିଭଳି ସହାୟତା କରୁଛି ସେନେଇ ମତାମତ ରଖିଛନ୍ତି ବରିଷ୍ଠ ଡାକ୍ତର । ଆଧୁନିକ ଜୀବନଶୈଳୀ ପାଇଁ କେମିତି ବିଭିନ୍ନ ପ୍ରକାର ପେଟଗୋର ବଢିବାରେ ଲାଗିଛି ଏବଂ ଶେଷରେ କମ୍ ଟଙ୍କାରେ ଘରୋଇ ହସ୍ପିଟାଲରେ ଚିକିତ୍ସା ସମ୍ଭବ କି, ସେନେଇ ମଧ୍ୟ ମତାମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ ପ୍ରଶାସକ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସ୍ୱାସ୍ଥ୍ୟ ସମ୍ବାଦର କଂଟେଟ ଏଡିଟର ଆକାଂକ୍ଷା, କନକ ନ୍ୟୁଜ ପ୍ରଡ୍ୟୁସର ସ୍ୱସ୍ତିକା ଏବଂ ନ୍ୟିଜ କୋ-ଅର୍ଡିନେଟର ମାନସ ଦାସ । କାର୍ଯ୍ୟକ୍ରମର ଅତିଥି ଓ ପ୍ୟାନେଲିଷ୍ଟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ସମ୍ବାର ସଂପାଦିକା ତନୟା ପଟ୍ଟନାୟକ ।