ଆଜି କନକ ନ୍ୟୁଜର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ହେଲଥ କନକ୍ଲେଭ । ମୁଖ୍ୟ ଅତିଥି ଭାବେ ଯୋଗଦେବେ ଭୁବନେଶ୍ୱର ଏମ୍ସ ସିଇଓ ।
କନକ ବ୍ୟୁରୋ: ଆଜି ଭୁବନେଶ୍ୱରରେ ଆୟୋଜିତ ହେବ କନକ ନ୍ୟୁଜର ସ୍ୱାସ୍ଥ୍ୟଭତ୍ତିକ କାର୍ଯ୍ୟକ୍ରମ ହେଲଥ କନକ୍ଲେଭ-୨୦୨୩ । ଏଥିରେ ମୋଟ ୭ଟି ସେସନ ରହିଛି । ଏହି ୭ଟି ବିଷୟ ଉପରେ ବିଶିଷ୍ଟ ଡକ୍ଟର ସେମାନଙ୍କ ମତ ରଖିବେ । ମୁଖ୍ୟ ଅତିଥି ଭାବେ ଯୋଗଦେବେ ଏମ୍ସ, ଭୁବନେଶ୍ୱରର ସିଇଓ ପ୍ରଫେସର ଡକ୍ଟର ଆଶୁତୋଷ ବିଶ୍ୱାସ ।

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ସେସନର ବିଷୟବସ୍ତୁ ରହିଛି ମହାମାରୀ: ଚିକିତ୍ସା ବିଜ୍ଞାନ ପାଇଁ ଆହ୍ୱାନ? ଏଥିରେ ପ୍ରଫେସର ଡକ୍ଟର ଆଶୁତୋଷ ବିଶ୍ୱାସ ନିଜର ମତ ରଖିବେ । ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ ଜଣ ବିଶିଷ୍ଟ ଡକ୍ଟରଙ୍କୁ ସମ୍ମାନିତ କରାଯିବ । ଦ୍ୱିତୀୟ ସେସନ ରହିଛି ଲିଭର ସୁସ୍ଥ ରହିବ କେମିତି? ଏଥିରେ ଜଣାଶୁଣା ଗ୍ୟାସଷ୍ଟ୍ରୋଲୋଜିଷ୍ଟ ଡକ୍ଟର ମନୋଜ କୁମାର ସାହୁ ନିଜର ମତ ରଖିବେ । ତୃତୀୟ ସେସନ ରହିଛି, କାହିଁକି ବଢୁଛି ଯୁବାବସ୍ଥାରେ ହୃଦରୋଗ? ଏ ନେଇ ନିଜର ମତାମତ ରଖିବେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡକ୍ଟର ଦିବ୍ୟରଂଜନ ବେହେରା । ସେହିଭଳି ଅନ୍ୟ ସେସନରେ ବି ବିଶିଷ୍ଟ ଡାକ୍ତରମାନେ ଉପସ୍ଥିତ ରହି ନିଜର ମତାମତ ରଖିବେ । ହେଲଥ କନକ୍ଲେଭ-୨୦୨୩ର ସିଧାପ୍ରସାରଣ ଆପଣମାନେ ଦେଖିବେ ଆଜି ଦିନ ୧୦ଟା ୩୦ରୁ କେବଳ କନକ ନ୍ୟୁଜରେ ।