କେବଳ ଏକ ଛୋଟ ପ୍ରୟାସରେ ଶରୀରରେ ଥିବା ରୋଗକୁ ଚିହ୍ନଟ କରନ୍ତୁ! ଆପଣଙ୍କୁ କେଉଁ ରୋଗ ହୋଇଛି ଖୁବ୍ ସରଳରେ ଜାଣନ୍ତୁ ।

କେବଳ ଏକ ଛୋଟ ପ୍ରୟାସରେ ଶରୀରରେ ଥିବା ରୋଗକୁ ଚିହ୍ନଟ କରନ୍ତୁ! ଆପଣଙ୍କୁ କେଉଁ ରୋଗ ହୋଇଛି ଖୁବ୍ ସରଳରେ ଜାଣନ୍ତୁ ।

source : ScoopWhoop

ଆପଣଙ୍କ ଶରୀରରେ ହେଉଥିବା ପରିବର୍ତ୍ତନକୁ ଦେଖି ରୋଗରେ ପୀଡିତ ହୋଇଥିବା ଆଶଙ୍କା ରହିଛି କି? କିମ୍ବା ଯଦି ଆପଣ ରୁଟିନ୍ ଚେକ୍ଅପ୍ ପାଇଁ ସମୟ ବାହାର କରି ପାରୁନାହାନ୍ତି ତେବେ ଆମେ ଆପଣଙ୍କୁ ଏଭଳି ଏକ ଉପାୟ ବତାଇବାକୁ ଯାଉଛୁ । ଯାହା ଜରିଆରେ ଆପଣ ଘରେ ବସି କେଉଁ ରୋଗରେ ପୀଡିତ ହୋଇଛନ୍ତି ତାହାକୁ ଅତି ସହଜରେ ପରଖି ପାରିବେ। ଚାମଚ ଜରିଆରେ ରୋଗ ପରଖିବା ବିଷୟରେ ୟୁନିଭର୍ସିଟି ଅଫ ଟୋରୋନଟୋର ଆସିଷ୍ଟାଣ୍ଟ ପ୍ରୋଫେସର ଓ ବ୍ରୋଡକାଷ୍ଟ ମେଡିକଲ ଜର୍ନାଲିଷ୍ଟ ଡାକ୍ତର.ଜୋଲିନ ହୁବର ରିସର୍ଚ୍ଚ ଜରିଆରେ ସାମ୍ନାକୁ ଆସିଛି। ଏହି ରିସର୍ଚ୍ଚରେ ଡାକ୍ତର. ହୁବର ଚାମଚକୁ ଜିଭରେ ଲଗାଇ ହେଲଥ୍ ଷ୍ଟାଟସ୍ ଚେକ୍ କରି ହେବ ବୋଲି କହିଛନ୍ତି। ଖାଦ୍ୟ ଖାଉଥିବା ଚାମଚକୁ ଏକ ବିଶେଷ ଭାବେ ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗ ଚିହ୍ନଟ କରାଯାଇ ପାରିବ।
publive-image
୧. ଚାମଚର ସାମ୍ନା ଅଂଶକୁ ଜିହ୍ଵାରେ ଧୀରେଧୀରେ ସେତେପର‌୍ୟ୍ୟନ୍ତ ରଗଡ଼ନ୍ତୁ ଯେପର‌୍ୟ୍ୟନ୍ତ ସେଥିରେ ଲାଳ ନଆସି ଯାଇଛି।
୨. ଏହାପରେ ଏହାକୁ ଏକ ସଫା ପଲିଥିନ୍ ପ୍ୟାକେଟ୍ରେ ପ୍ୟାକ୍ କରି ଦିଅନ୍ତୁ।
୩. ଏବେ ଏହାକୁ ଲାଇଟ୍ ପାଖରେ ଏକ ମିନିଟ୍ ପର‌୍ୟ୍ୟନ୍ତ ରଖନ୍ତୁ।
୪. ଏକ ମିନିଟ୍ ପରେ ଯଦି ଏଥିରୁ ମିଠା ବାସ୍ନା ଆସେ ଜାଣି ରଖନ୍ତୁ ଆପଣ ଡାଇବେଟିଜ ରୋଗର ଶିକାର ହୋଇ ପାରନ୍ତି।
୫. ଯଦି ଚାମୁଚରେ ହଲକା ହଲଦି ରଙ୍ଗର ପରସ୍ତ ପଡ଼ି ଯାଇଛି ତେବେ ଥାଇରଏଡ ଶିକାର ହୋଇଥିବା ସଙ୍କେତ ଦେଇଥାଏ।
୬. ଯଦି ଚମୁଚରେ ଏକ ଧଳାରଙ୍ଗର ପରସ୍ତ ପଡ଼ି ଯାଇଥିବା ଦେଖିବାକୁ ପାଆନ୍ତି ତେବେ ଶରୀରରେ ସଂକ୍ରମଣ ହୋଇଥିବା ସମ୍ଭାବନା ରହିଛି।
୭. ସେହିପରି ଯଦି ଚାମଚରେ ଥିବା ଲାଳ ଅଂଶ ନାରଙ୍ଗୀ ରଙ୍ଗ ହୋଇଯାଇଛି ତେବେ ଏହା କିଡନି ସମସ୍ୟା ଥିବା ସଙ୍କେତ ଦେଇଥାଏ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe