କନକ ବ୍ୟୁରୋ: ବଢିଲା ଧୁର୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କ ଗିରଫଦାରୀ ଆଶଙ୍କା । ଆଜି ତାଙ୍କୁ କୋଭିଡ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଛି ଭିଜିଲାନ୍ସ । ତାଙ୍କ ପୁଅ, ପୁତୁରା ଓ ଡ୍ରାଇଭରଙ୍କୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏହାପରେ ୪ ଜଣଙ୍କୁ କୋର୍ଟରେ ହାଜର କରିବ ତଦନ୍ତକାରୀ ସଂସ୍ଥା ।

Advertisment

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଯାଂଚ ଚାଲିଥିବା ବେଳେ ବାପ- ପୁଅଙ୍କୁ ମୁହାଁମୁହିଁ ବସାଇ ସାରା ରାତି ଜେରା କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ସେଲ ଶାଖା କାର୍ଯ୍ୟାଳୟରେ ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ, ପୁତୁରା ହର୍ଷ ପାଠକ ଏବଂ ଡ଼୍ରାଇଭରଙ୍କୁ ଜେରା କରାଯାଇଛି । ଏପରିକି ୪ଜଣଙ୍କୁ ଏକାଠି ବସାଇ ମୁହାଁମୁହିଁ ଜେରା କରିଛି ଭିଜିଲାନ୍ସ । ଜେରାରେ ଭିଜିଲାନ୍ସର ବଛାବଛା ଅଧିକାରୀ ନିୟୋଯିତ ହୋଇଥିଲେ । ପାଠକଙ୍କ ପ୍ରାୟ ୯କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠାବ ହୋଇଛି ।

ଏପଟେ କ୍ୟାପିଟାଲ ହସ୍ପିଟାଲ ଆସିଥିବା ଆଇଏଫଏସ ଅଭୟ ପାଠକ ନିଜକୁ ନିର୍ଦୋଶ ବୋଲି କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପାଠକ କହିଛନ୍ତି, କିଛି ଠକେଇ ହୋଇ ନାହିଁ ସବୁ କିଛି ଠିକ୍ ଠାକ୍ ଅଛି । ସମୟ ଆସିଲେ ସବୁ କାଗଜ ପତ୍ର ସେ ଦାଖଲ କରିବେ । ଏପରିକି ତାଙ୍କ ପଇସାରେ ପୁଅ ଅୟସ କରୁନଥିଲା ବୋଲି ପାଠକ କହିଛନ୍ତି । ବରଂ ପୁଅର ଦରମା ଏକ କୋଟି । ବିଭାଗରେ ଥାଇ କୌଣସି ଟଙ୍କା ହଡପ କରିନଥିବା ଦମ୍ଭୋକ୍ତି କରିଛନ୍ତି ।