କନକ ବ୍ୟୁରୋ : ସୁରକ୍ଷାକର୍ମୀଙ୍କ ହାତରେ ସ୍ୱାସ୍ଥ୍ୟ ସେବା । ଗଂଜାମ ହିଂଜିଳିକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରୋଗୀ ବେଡ଼ରେ ପଡ଼ି ଛଟପଟ ହେଉଥିବା ବେଳେ ରକ୍ତଚାପ ଚେକିଂ ଆବଶ୍ୟକ ପଡିଥିଲା । ଡ଼ାକ୍ତର କି ନର୍ସ କେହି ନଥିବା ବେଳେ ସୁରକ୍ଷାକର୍ମୀ ଏକ ବିପି ମେସିନ ଆଣି ରୋଗୀଙ୍କ ରକ୍ତଚାପ ଚେକିଂ କରିଥିଲେ ।
ଏହି ସମୟରେ ରୋଗୀଙ୍କ ସମ୍ପର୍କୀୟ ଡ଼ାକ୍ତର ଓ ନର୍ସ କିଏ ଅଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିବାରୁ ସୁରକ୍ଷାକର୍ମୀ ଜଣକ ସେଠାରୁ ବିପି ମେସିନ ଛାଡ଼ି ପଳାଇଥିଲେ । ଏହାର ଭିଡ଼ିଓ ଏବେ ଭାଇରାଲ ହୋଇଛି । ଏହି ଭିଡ଼ିଓ ଭାଇରାଲ ହେବା ପରେ ମେଡ଼ିକାଲରେ ରୋଗୀ ସେବାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ରୋଗୀ ଜଣକ ହିଂଜିଳିକାଟୁି ବ୍ଲକ ଟଙ୍କାଛାଇ ଅଂଚଳର ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/12-22.jpg)