ବାଦାମରେ ରହିଛି ଅନେକ ଔଷଧୀୟ ଗୁଣ ! ଜାଣନ୍ତୁ ଖାଇଲେ କଣ ମିଳେ ଉପକାର 

125

ବାଦାମ ଖାଇବା କାହାକୁ ବା ନାପସନ୍ଦ  । ଖାସ୍ କରି ଖାଲି ସମୟ ହେଉ ବା ଏକାଠି ବସିଥିବା ସାଙ୍ଗ ସାଥୀ ମେଳ ହେଉ  । ଏହି ସମୟରେ ବାଦମ ଖାଇବାର ଅଲଗା ମଜା ଥାଏ  । ଶୀତ ଦିନେ ସବୁଠାରୁ ଭଲ ଟାଇମ ପାସ୍ ହେଉଛି ବାଦାମ  । ତେବେ କେବଳ ଖାଇବାକୁ ସ୍ୱାଦିଷ୍ଟ ନୁହେଁ ଅନେକ ଔଷଧୀୟ ଗୁଣରେ ଭରପୁର ବାଦମ  । ବାଦାମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ  । ଏଥିରେ ଓମେଗା ୩ ଏବଂ ପ୍ରୋଟିନ୍ ଭଳି ପୋଷକ ତତ୍ୱ ଭରପୁର ମାତ୍ରାରେ ଥାଏ  । ଏବେ ନଜର ପକାନ୍ତୁ ବାଦାମ ଖାଇଲେ କି ଲାଭ ମିଳିଥାଏ  ।

– ଏଥିରେ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ଅଧିକ ମାତ୍ରାରେ ଥାଏ  । ତେଣୁ ଏହାକୁ ଖାଇଲେ ହାଡ ମଜଭୂତ ହୋଇଥାଏ  ।

 – ବାଦାମରେ ତେଲ ଅଂଶ ଥାଏ  । ତେଣୁ ଏହା ପେଟ ରୋଗରୁ ମୁକ୍ତିି ଦେଇଥାଏ  । ପ୍ରତିଦିନ ବାଦାମ ଖାଇଲେ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବା ସହ ଗ୍ୟାସ୍ ଏବଂ ଏସିଡିଟି ମଧ୍ୟ ହୋଇନଥାଏ  ।

– କାଶ ହେଉଥିଲେ ବାଦାମ ଖାଇଲେ ଆରାମ ମିଳିଥାଏ  । ଏହା ସହ ପାଚନ ଶକ୍ତି ବଢିବା ସହ ଭୋକ ନଲାଗିବା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ  ।

– କୋଲେଷ୍ଟ୍ରଲ୍ ମାତ୍ରାକୁ ନିୟନ୍ତ୍ରିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବାଦାମ  । – ତ୍ୱଚା ପାଇଁ ବେଶ୍ ଲାଭଦାୟକ ବାଦାମ  ।