ନବରାତ୍ରୀ ସମୟରେ ଦୁର୍ଗାପୂଜା କରିବା ପାଇଁ ଲୋକମାନେ ଘରେ ଗହମର ମଞ୍ଜି ବୁଣି ଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ? ବୁଣା ସରିବା ପରେ ସେଥିରୁ ବାହାରୁଥିବା ଘାସରୁ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ ? ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଉଥିବା ଗହମର ଘାସରେ ଭିଟାମିନ୍, କ୍ୟାଲସିୟମ, ଆଇରନ୍, ମିନେରାଲ୍ସ, ଏମିନୋ ଏସିଡ୍ ଏବଂ ପ୍ରୋଟିନ ରହିଥାଏ । ଯାହାକି ଅନେକ ରୋଗକୁ ନିୟନ୍ତ୍ରଣ କରିବା ସହ ରୋଗ ହେବା ଆଶଙ୍କାକୁ କମ କରିଥାଏ । ଏବେ ଆସନ୍ତୁ ଜାଣିବା ଗହମର ଘାସ ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା ବିଷୟରେ...
୧. ଗହମର ଘାସରେ ଥିବା ବିଟା ଗ୍ଲୁକେନ୍ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ପରିଶ୍ରା ମାଧ୍ୟମରେ ବାହାରକୁ ବାହାର କରି ଦେଇଥାଏ । ଏହା ଦ୍ୱାରା ପେଟ ସବୁ ସମୟରେ ପୂରିବା ଭଳି ଅନୁଭବ ହୋଇଥାଏ । ଏପରି ହେବା ଦ୍ୱାରା ଆପଣ ଦରକାର ଠାରୁ ଅଧିକ ଖାଦ୍ୟ ଖାଆନ୍ତି ନାହିଁ । ଯାହାଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣ ହୋଇ ରହିଥାଏ ।
୨. ପ୍ରତିଦିନ ଏହାର ରସ ପିଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ବଢ଼ିବାକୁ ଲାଗିଥାଏ ଏବଂ ହେମୋଗ୍ଲୋବିନ୍ର ସ୍ତର ଠିକ୍ ରହିଥାଏ । ଯାହାଦ୍ୱାରା ଏନେମିଆ ହେବାର ଆଶଙ୍କା କମ ହୋଇଥାଏ । ଏହା ଛଡ଼ା ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ ।
୩. ଯଦି ଆପଣ ଶୀଘ୍ର ଥକି ଯାଉଛନ୍ତି । ତେବେ ଏହାର ରସ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ସକାଳ ସମୟରେ ଏହାର ଏକ ଗ୍ଲାସ ରସ ପିଇବା ଦ୍ୱାରା ସାରା ଦିନ ଆପଣଙ୍କ ଫୁର୍ତ୍ତି ଅନୁଭବ କରିବେ ।
୪. ଏଥିରେ ଥିବା ଭିଟାମିନ୍ ବି, ଏମିନୋ ଏସିଡ୍ ଏବଂ ଏନ୍ଜାଇମ୍ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ ।
୫. ଗହମର ଘାସ ଶରୀରରେ ଗ୍ଲୁକୋଜର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/1523347320-5832.jpg)
/kanak/media/post_attachments/wp-content/uploads/2018/10/carrotlemonwheatgrass1-300x169.png)