ତ୍ୱଚାପାଇଁ ବରଦାନ ଚିନାବାଦାମ । ଜାଣନ୍ତୁ ଦୂର ହୁଏ କେଉଁ କେଉଁ ସମସ୍ୟା ?

310

କନକ ବ୍ୟୁରୋ :  ଚିନାବାଦାମରେ ଭରପୁର ମାତ୍ରାରେ ରହିଛି ପ୍ରୋଟିନ୍, ମ୍ୟାଗ୍ନେସିୟମ, ଫାଇବର୍, ଓମେଗା-୩, ଓମେଗା-୬ ଫ୍ୟାଟି ଏସିଡ୍, ଭିଟାମିନ୍-ଇ, ପୋଟାସିୟମ୍, ଜିଙ୍କ୍, କ୍ୟାଲସିୟମ ଇତ୍ୟାଦି ପୋଷକ ତତ୍ତ୍ୱ । ଯାହା କରି ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବଢାଇବା ପାଇଁ ବେଶ୍ ଉପଯୋଗୀ । ତେବେ ଆସନ୍ତୁ ଜାଣିବା ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ଏହାକୁ ବ୍ୟବହାର କରିବାର କେତୋଟି ସହଜ ଉପାୟ…

ସ୍କିନକୁ ରଖେ ଚିକ୍କଣ ଓ ନରମ :

ବାଦାମରେ ଭିଟାମିନ-ଇ ଥିବାରୁ ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଏହା ଚର୍ମକୁ ପୋଷଣ ଯୋଗାଇବା ସହ ନରମ ଏବଂ ଚିକ୍କଣ ରଖିଥାଏ । ଏହାର ତେଲ ଲଗାଇବା ଦ୍ୱାରା ସୂର୍ଯ୍ୟକିରଣ ଯୋଗୁଁ ହେଉଥିବା ଟ୍ୟାନିଂ ଭଳି ସମସ୍ୟା ଦୂର ହୋଇଥାଏ । ଏହା ଚର୍ମକୁ ବ୍ରଣମୁକ୍ତ ରଖି କୋମଳତା ପ୍ରଦାନ କରିଥାଏ । କୁହାଯାଏ ଇଜିପ୍ଟର ରାଣୀ କ୍ଲିଓପାଟ୍ରା ମଧ୍ୟ ତାଙ୍କ ଖାଦ୍ୟରେ ଏହାକୁ ସାମିଲ୍ କରିବା ସହ ଚର୍ମକୁ ଚିକ୍କଣ ରଖିବା ପାଇଁ ଏହାକୁ ବ୍ୟବହାର କରୁଥିଲେ ।

କେଶକୁ ରଖେ ମଜଭୁତ :

ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍ ଥିବାରୁ ଏହା ଶରୀରର ଚମକ ବଢାଇଥାଏ । ମୁଣ୍ଡ ଏବଂ ଶରୀରର ବିଭିନ୍ନ ଅଂଶକୁ ମସାଜ୍ କରିବା ପାଇଁ ଚିନାବାଦାମ୍ ତେଲକୁ ବ୍ୟବହାର କରାଯାଏ । ଏହାଦ୍ୱାରା ଚର୍ମ ପୁଣ୍ଟିକର ତେଲ ଶୋଷଣ କରିପାରେ । ବିଶେଷ କରି କେଶ ମୂଳରେ ଏହି ତେଲ ମସାଜ୍ କରିବା ଦ୍ୱାରା ରକ୍ତ ପ୍ରବାହ ଭଲ ହେବା ସହିତ କେଶ ଲମ୍ବା ଏବଂ ମଜଭୁତ ହୋଇଥାଏ । ଏହା କେଶ ପାଚିବା, ଝଡିବା, ଫାଟିବା ଆଦି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ଦୂରାଏ ଆଖି ତଳର କଳାଦାଗ : 

ଆଖି ତଳ କଳା ଦାଗ, ଆଖି କୁଣ୍ଡେଇ ହେବା ଭଳି ସମସ୍ୟା ଦୂର କରିବା ପାଇଁ ଚିନାବାଦାମ୍ ବେଶ୍ ଉପଯୋଗୀ । ଏଥିରେ ଥିବା ଅଧିକ ପରିମାଣର ଓମେଗା ଫାଟି ଏସିଡ୍ ଓ ଖଣିଜ ଲବଣ ଦୃଷ୍ଟି ଶକ୍ତି ବଢାଇଥାଏ । ଆଖିପତା ଉପରେ ଏହାର ତେଲ ଲଗାଇ ଧୀରେ ଧୀରେ ମସାଜ କରିବା ଦ୍ୱାରା ଆମକୁ ଦିନ ଯାକର ଚାପରୁ ମଧ୍ୟ ମୁକ୍ତି ମିଳିଥାଏ ।