ଏହି ଗୋଟିଏ ଫଳରେ ରହିଛି ଅନେକ ଗୁଣ : ଫଳ ସହିତ ଏହାର ଚୋପା ବି ବହୁତ ଉପକାରୀ

କେବଳ ଏହାର ରସ ନୁହେଁ, ଚୋପା କି ଉପକାରୀ।

638

ଆପଣ ଜାଣନ୍ତି କି? କମଳା ହେଉଛି ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ। ଏହାକୁ ସିଧା ଖାଆନ୍ତୁ କିମ୍ବା ରସ ପିଅନ୍ତୁ, ଏହାର ପ୍ରଭାବରେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ । ଏହା ଏକ ଆଣ୍ଟି-ଅକ୍ସିଡେଣ୍ଟ ଓ ଶକ୍ତିକାରୀ ଫଳ। କେବଳ ଏହାର ରସ ନୁହେଁ, ଚୋପା କି ଉପକାରୀ।

• ଦୈନଦିନ କମଳା ରସ ପିଉଥିଲେ କିଡନିରେ ଷ୍ଟୋନ୍ ହେବାର ସମ୍ଭାବନା କମ ରହିଥାଏ। ଏପରିକି ଯେଉଁମାନଙ୍କ କିଡନିରେ ଷ୍ଟୋନ୍ ହୋଇଥାଏ ଚିକିତ୍ସକମାନେ ତାଙ୍କୁ କମଳା ରସ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି।

• ଆଜିକାଲି ଅନେକ ଜଣଙ୍କ ଭିତରେ ଭୋକ ନହେବା ସମସ୍ୟା ରହିଛି। କମଳା ସହ ପିଇଲେ ଭୋକ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି । ଏହା ବ୍ୟତୀତ କଫ ନ ହେବା, କାଶ କମ୍ କରିବା ପାଇଁ କମଳା ଅବ୍ୟର୍ଥ ଔଷଧ ପରି କାମ କରେ। ଆପଣଙ୍କର ଏହି ସବୁ ସମସ୍ୟା ଥିଲେ କମଳା ଦୈନିକ ଖାଆନ୍ତୁ।

• କମଳା ଚୋପାରେ କର୍କଟ ଚିକିତ୍ସା ହୋଇଥାଏ। ଏହି ଚେପା କର୍କଟର ଘାଆକୁ କମ୍ କରିପାରେ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି। କମଳା ଚୋପାରୁ ତିଆରି ହେଉଥିବା ତୈଳ ମଧ୍ୟ ଖୁବ୍ ଭଲ। କୋଲେଷ୍ଟ୍ରଲ୍, ଉଚ୍ଚ ରକ୍ତଚାପ, କର୍କଟ ଆଦିର ଚିକିତ୍ସା ଏହା ଦ୍ୱାରା କରାଯାଇପାରେ।