ଜିରା ଓ ଗୁଡ ମିଶ୍ରିତ ପାଣି କରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର : ମୁଣ୍ଡ ବ୍ୟଥା, ପେଟ ଯନ୍ତ୍ରଣା ବ୍ୟତୀତ ଆହୁରି ସମସ୍ୟାରେ ହୁଏ ଲାଭପ୍ରଦ 

Advertisment
ଜିରା ଓ ଗୁଡ ମିଶ୍ରିତ ପାଣି କରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର : ମୁଣ୍ଡ ବ୍ୟଥା, ପେଟ ଯନ୍ତ୍ରଣା ବ୍ୟତୀତ ଆହୁରି ସମସ୍ୟାରେ ହୁଏ ଲାଭପ୍ରଦ 

source : boldsky.com

ଗୁଡ ଓ ଜିରା ଏଭଳି ଦୁଇଟି ସାମଗ୍ରୀ,ଯାହା ଆମର ରୋଷେଇ ଘରେ ଥାଏ। ଜିରା ଏକ ମସଲା ଭାବେ ବ୍ୟବହୃତ ହୋଇଥାଏ। ଅନ୍ୟ ପକ୍ଷରେ ଗୁଡକୁ ଆମେ ଖଟାରେ ପ୍ରୟୋଗ କରିଥାଉ। ଏପରିକି ଚୁଡାରେ ଗୁଡ ମିଶାଇ ଖାଇଥାଉ।

publive-image

ଜିରା ଓ ଗୁଡର ମିଶ୍ରିତ ପାଣିକୁ ପିଇଲେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ରହେ ନାହିଁ। ଏବେ ଆସନ୍ତୁ ଜାଣିବା ଗୁଡ ଜିରା ପାଣି ପିଇବା ଫଳରେ କେଉଁସବୁ ରୋଗ ଭଲ ହୋଇଥାଏ। ଯେଉଁମାନେ ପେଟରେ ଗଣ୍ଡଗୋଳ ଥାଏ ବା କୋଷ୍ଠକାଠିନ୍ୟତା, ପେଟ ଫୁଲା ଓ ପେଟ ଯନ୍ତ୍ରଣା ଭଳି ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ସେମାନେ ଗୁଡ ଜିରା ପାଣି ପିଇବା ଉଚିତ । ବ୍ୟାକପେନ୍ ଓ ଅଣ୍ଟାରେ ଯନ୍ତ୍ରଣା ଭଳି ସମସ୍ୟା ଥିଲେ ବି ଗୁଡ ଜିରା ମିଶ୍ରିତ ଜଳ ପିଇବା ଭଲ।

publive-image

ଏହା ଛଡା ମାସିକ ଋତୁସ୍ରାବ ଜନିତ ସମସ୍ୟା ଦେଖା ଦେଉଥିଲେ ଗୁଡ ଓ ଜିରାକୁ ପାଣିରେ ମିଶାଇ ପିଇବା ଆବଶ୍ୟକ। ମୁଣ୍ଡବିନ୍ଧାରୁ  ମଧ୍ୟ ଗୁଡ ଜିରା ପାଣି ଆଶ୍ୱସ୍ତି ଦେଇଥାଏ। ଜିରା-ଗୁଡ ଜଳ ପିଇଲେ ଜ୍ୱର ବି ଭଲ ହୋଇଥାଏ। ସବୁଠୁ ବଡ଼ କଥା ହେଲା ଏହାକୁ ସେବନ କରିଲେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe