ଗୁଡ ମର୍ଣ୍ଣିଙ୍ଗ : ନିୟମିତ ସାଇକେଲ ଚଳାଇଲେ ହେବ ଏସବୁ ଫାଇଦା

65

ସୁସ୍ଥ ରହିବା ପାଇଁ ସାଇକେଲ ଚଳାଇବା ଏକ ଉତ୍ତମ ମାଧ୍ୟମ । ଏହା ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିବା ବ୍ୟତୀତ ଅବସାଦ ଓ ଚିନ୍ତାକୁ ବି କମ କରେ । ଆକ୍ଟିଭ ହେଲଥ କ୍ଲିନିକର ଫିଜିଓଥେରାପିଷ୍ଟ ଦିପାଲୀ ବଡୋନୀ ଓ ଡା. ମୋହନ ଏବଂ ଡାଇବେଟିସ ସ୍ପେଶାଲିଷ୍ଟ ସେଣ୍ଟରର ପରିଚାଳନା ନିର୍ଦ୍ଦେଶକ ଆର.ଏମ.ଅଂଜାନା ଏହାର ଫାଇଦା ବିଷୟରେ ଜଣାଇଛନ୍ତି ।

• ସାଇକ୍ଲିଙ୍ଗ ଏକ ଏରୋବିକ ବ୍ୟାୟାମ, ଯାହାର ଅନେକ ଫାଇଦା ଅଛି । ଏହା ଦ୍ୱାରା ହୃଦୟ ଜନିତ ରୋଗର ଆଶଙ୍କା କମ ହୁଏ । ଏହି ଗତିବିଧି ଦ୍ୱାରା ମସ୍ତିଷ୍କରେ ସିରୋଟୋନିନ, ଡୋପାମାଇନ ଓ ଫେନିଲଇଥିଲାମିନ ଭଳି ରାସାୟନିକ ପଦାର୍ଥର ଉତ୍ପାଦନ ବଢ଼େ, ଯଦ୍ୱାରା ଆପଣ ଖୁସି ଅନୁଭବ କରନ୍ତି ଓ ଚିନ୍ତା ଦୂର ହୁଏ ।

• ନିୟମିତ ସାଇକେଲ ଚାଳନା କଲେ ଆଣ୍ଠୁ ଓ ଗଣ୍ଠି ଯନ୍ତ୍ରଣାରୁ ଉପଶମ ମିଳେ ।

• ମଧୁମେହ ରୋଗୀଙ୍କୁ ସାଇକେଲ ଚଳାଇବା ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ । ଟାଇପ-୧ ଶ୍ରେଣୀର ମଧୁମେହ ରୋଗୀ ଯଦି ଏକ ଘଣ୍ଟାରୁ ଅଧିକ ସାଇକେଲ ଚାଳନା କରନ୍ତି, ତେବେ ସେମାନଙ୍କୁ କାର୍ବୋହାଇଡ୍ରେଟ ଯୁକ୍ତ ଆହାର ସାଥିରେ ରଖିବା ନିହାତି ଜରୁରୀ ।

• ମଧୁମେହ ରୋଗୀ ଯଦି ନିୟମିତ ଭାବରେ ସାକକେଲରେ ଅତ୍ୟଧିକ ଦୂରତା ଅତିକ୍ରମ କରନ୍ତି, ତେବେ ତାଙ୍କୁ ବ୍ୟାୟାମ କରିବା ପୂର୍ବରୁ ଓ ପରେ ରକ୍ତଚାପର ଯାଂଚ କରିନେବା ଉଚିତ୍ ।

• ସାଇକେଲ ଚଲାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ଫାଇଦା ମିଳେ । ଏଥିରେ ଆଣ୍ଠୁ, ଗଣ୍ଠି ଓ ପାଦର ସମ୍ପୁର୍ଣ୍ଣ ବ୍ୟାୟାମ ହୁଏ । ଦୈାଡିବା ଅପେକ୍ଷା ସାଇକେଲ ଚଳାଇବା ଦ୍ୱାରା ଆପଣଙ୍କ ଆଣ୍ଠୁରେ ବହୁତ କମ ଚାପ ପଡେ ଓ ଗୋଡର ମାଂସପେଶୀଗୁଡିକର ବ୍ୟାୟାମ ହୋଇଥାଏ ।