ଫିଟ୍ ପାଇଁ ଫର୍ମୁଲା ! ନିୟମିତ ପିଅନ୍ତୁ ନଖ ଉଷୁମ ପାଣି

201

ପାଣି ଶରୀର ପାଇଁ ବହୁତ ଦରକାରୀ । ପ୍ରଚୁର ପାଣି ପିଇବା ଦ୍ୱାରା ଅନେକ ସଂକ୍ରାମକ ରୋଗରୁ ଆମେ ରକ୍ଷା ପାଇଥାଉ । ଏହା ସହ ଅଧିକ ପାଣି ପିଇଲେ ତ୍ୱଚା କୋମଳ ହେବା ସହ ସୁନ୍ଦର ହୋଇଥାଏ । ଥଣ୍ଡା ପାଣି ପିଇବା ଅପେକ୍ଷା ଉଷୁମ ପାଣି ସ୍ୱାସ୍ଥ୍ୟ ପାଇଁ ବେଶୀ ଉପଯୋଗୀ । ଏକ ସର୍ବେକ୍ଷଣରୁ ଜଣାପଡିଛି ଉଷୁମ ପାଣି ପିଇଲେ ଶରୀର ମଧ୍ୟରେ ଜମା ହୋଇଥିବା ବିଷାକ୍ତ ତତ୍ତ୍ୱକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଜାପାନର ଏକ ଡାକ୍ତରୀ ଦଳଙ୍କ କହିବା ଅନୁସାରେ ଉଷୁମ ପାଣି ପିଇବା ଦ୍ୱାରା ଆମେ ୧୦୦ ପ୍ରତିଶତ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇଥାଉ ।

ଉଷୁମ ପାଣିର ବ୍ୟବହାର
ପ୍ରତ୍ୟୁଷରୁ ଉଠି ଖାଲି ପେଟରେ ୪ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ପାଣି ପିଇବାର ୪୫ ମିନିଟ୍ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରିବା ଅନୁଚିତ୍ । ଆରମ୍ଭରେ ୪ ଗ୍ଲାସ ପାଣି ପିଇବା ଭଲ ଲାଗି ନପାରେ କିନ୍ତୁ ଆସ୍ତେ ଆସ୍ତେ ଆପଣ ଏହାର ଉପକାରିତା ଅନୁଭବ କରିପାରିବେ ।

କଣ ହୁଏ ଉଷୁମ ପାଣି ପିଇବା ଦ୍ୱାରା

୩୦ ଦିନ ଭିତରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

୧୦ ଦିନ ଭିତରେ ନାକ, କାନ ,ଗଳା ସମସ୍ୟାର ଉପଶମ ହୋଇଥାଏ ।

ମୁଣ୍ଡ ବ୍ୟଥା/ଅଧକପାଳି ୩ ଦିନରେ ମଧ୍ୟରେ ଦୂର ହୁଏ ।

ମହିଳାଙ୍କ ମାସିକ ଋତୁସ୍ରାବ ସମସ୍ୟା ୧୫ ଦିନ ଭିତରେ ଭଲ ହୋଇଥାଏ ।

୪ ମାସରେ କୋଲେଷ୍ଟରଲ୍ ସମସ୍ୟା ଦୂର ହୁଏ ।

୪ ମାସରେ ଆସ୍ଥମା ସମସ୍ୟାରୁ ମୁକ୍ତି ମିଳେ ।

୩୦ ଦିନରେ ହୃଦରୋଗରୁ ରକ୍ଷା ମିଳେ ।

୧୦ ଦିନ ଭିତରେ ପେଟ ଦୋଷରୁ ମୁକ୍ତି ମିଳେ ।

୩୦ ଦିନରେ ନିମ୍ନ ରକ୍ତଚାପକୁ ସନ୍ତୁଳନ କରେ ।

ଅପସ୍ମାର ଓ ପକ୍ଷାଘାତ ରୋଗରୁ ୯ ମାସ ଭିତରେ ଉପଶମ ମିଳେ ।

ଗର୍ଭାଶୟ ସଂକ୍ରାନ୍ତିୟ ରୋଗରୁ ୧୦ ଦିନ ଭିତରେ ମୁକ୍ତି ମିଳେ ।

୧୦ ଦିନରେ ଭିତରେ ସମସ୍ତ ପେଟ ରୋଗ ମଧ୍ୟ ଭଲ କରିବାରେ ସାହାଯ୍ୟ କରେ ।