କନକ ବ୍ୟୁରୋ : ସରପଞ୍ଚ ପ୍ରାର୍ଥୀଙ୍କ ପୋଷ୍ଟରରେ ଫଟୋ ରଖି ନିଲମ୍ବିତ ହେଲେ, ପ୍ରଧାନଶିକ୍ଷକ । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ବୁଢ଼ିଦର ପଂଚାୟତରୁ ଆସିଛି ଏହି ଖବର । ଏହି ପଂଚାୟରେ ସରପଞ୍ଚ ପ୍ରାର୍ଥୀନୀ ହୋଇଥିବା ଯାଜ୍ଞସେନି ପଣ୍ଡାଙ୍କ ସ୍ୱାମୀ ହେଉଛନ୍ତି ସଞ୍ଜୟ କୁମାର ପଣ୍ଡା । ସେ ଶଙ୍କରପଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ।

Advertisment

ଆଉ ତାଙ୍କ ଫଟୋ ପଂଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା , ସରପଞ୍ଚ ପ୍ରାର୍ଥୀନୀ ପତ୍ନୀ ଯାଜ୍ଞସେନୀଙ୍କ ପୋଷ୍ଟରରେ ରହିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏହି ଖବର ବି ଜୁନାଗଡ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ପହଁଚିଥିଲା । ତାପରେ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ବିଇଓ । ଯାହାକି ଚର୍ଚ୍ଚାର ବିଷୟ ହୋଇଛି ।