ମହିଳାଙ୍କ କଟାମୁଣ୍ଡ ଘଟଣାରେ ପର୍ଦ୍ଦାଫାଶ କରିଛି ପୋଲିସ : ବଡ ପ୍ରଶ୍ନ କାହାକୁ ମିଳିବ ପୁରସ୍କାର ଟଙ୍କା ?

ପୁଷ୍ପଲତାଙ୍କୁ ତାଙ୍କ ମା’ ଚିହ୍ନଟ କରିଥିବା ସୂଚନା

300

କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ କଟାମୁଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ମହିଳା ଜଣକ ଭରତପୁର ବସ୍ତିର ପୁଷ୍ପଲତା ବୋଲି ଜଣାପଡିଛି । ରାସ୍ତାକଡ଼ରୁ ମହିଳା ମୁଣ୍ଡବିହୀନ ଶରୀର ମିଳିବା ପରେ ମହିଳାଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ଚ୍ୟାଲେଂଜ ଥିଲା ।

ମହିଳା ଜଣକ କିଏ ଓ ତାଙ୍କୁ କିଏ ହତ୍ୟା କଲା ସେ ନେଇ ୨୦ ଜଣ ପୁଲିସ ଅଧିକାରୀ ଆରମ୍ଭ କରିଥିଲେ ଛାନଭିନ । ମହିଳାଙ୍କ ପୋଷାକ ଓ ହାତରେ ଥିବା ତ୍ରିଶୁଳ ଟାଟୁ ଆଧାରରେ ପୁଲିସ ବନାଇଥିଲା ପୋଷ୍ଟର । ଆଉ ଏହି ପୋଷ୍ଟରକୁ ଭୁବନେଶ୍ୱର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଲଗା ଯାଇଥିଲା । ମହିଳାଙ୍କ ବାବଦରେ ତଥ୍ୟ ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଦିଆଯିବ ବୋଲି ପୁଲିସ ପକ୍ଷରୁ ଘୋଷଣା କରାଯାଇଥିଲା ।

ତେବେ ପୁଷ୍ପଲତାଙ୍କ ମା ତାଙ୍କ ଝିଅକୁ ଚିହ୍ନିବା ପରେ ପୁଲିସକୁ ଖବର ଦେଇଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ପୁଲିସ ଘୋଷଣା କରିଥିବା ପୁରସ୍କାର ରାଶି ମିଳିବ କାହାକୁ । ଯେହେତୁ ମହିଳାଙ୍କ ମାଆ ତାଙ୍କ ଝିଅକୁ ଚିହ୍ନିକି ଖବର ଦେଇଥିଲେ ତେଣୁ ନିୟମ ଦୃଷ୍ଟିରୁ ତାଙ୍କୁ ମାକୁ ଏହି ପୁରସ୍କାର ରାଶି ୫୦ ହଜାର ଟଙ୍କାମିଳିବା କଥା । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ମହିଳାଙ୍କ ମୃତଦେହ ନେବାକୁ ବ୍ୟବହୃତ ହୋଇଥିବା ବୋଲେରୋ ଗାଡିକୁ ପୁଲିସ ଜବତ କରିଛି ।