ଭୁବନେଶ୍ୱରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା : ଟେର ପାଉନି ପୁଲିସ; ଓଡିଆ ପରେ ହିନ୍ଦୀରେ ପୋଷ୍ଟର ଜାରି

ଦୋଷୀଙ୍କୁ ଧରାଇଦେଲେ ୫୦ ହଜାର ପୁରସ୍ତାର ଦେବାକୁ ହୋଇଛି ଘୋଷଣା

154

କନକ ବ୍ୟୁରୋ : ଚନ୍ଦକା ଦାସପୁର ରାସ୍ତାକଡରୁ ମୁଣ୍ଡ ବିହୀନ ମହିଳାଙ୍କୁ ଚିହ୍ନଟ ପାଇଁ ଓଡ଼ିଆ ପରେ ହୀନ୍ଦିରେ ପୋଷ୍ଟର ଜାରି କଲା ପୋଲିସ । ଏହି ପୋଷ୍ଟରୁକୁ ସର୍ବସାଧାରଣ ସ୍ଥାନରେ ଲଗାଇବ ପୋଲିସ । ପୋଷ୍ଟରରେ ମହିଳାଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି । ମହିଳା ବୟସ ୩୦ରୁ ୩୫ ଓ ଡାହାଣ ହାତରେ ତ୍ରିଶୁଳ ଚିତା ରହିଛି । ମହିଳାଙ୍କ ଉଚ୍ଚତା ୫ ଫୁଟ ୩ ଇଂଚ ରହିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।

ମହିଳାଙ୍କ ସଂପର୍କରେ ପରିଚୟ ପ୍ରଦାନ ପାଇଁ ୨ଟି ନମ୍ବର ମଧ୍ୟ ଦିଆଯାଇଛି । ମୃତ ମହିଳାଙ୍କ ସଠିକ ପରିଚୟ ଦେବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବା ସହ ତାଙ୍କୁ ଉପଯୁକ୍ତ ଭାବେ ପୁରସ୍କୃତ କରାଯିବ । ଗତକାଲି ପରିଚୟ ଦେଲେ ପଚାଶ ହଜାର ଟଙ୍କା ପୁରସ୍କାର ଦିଆଯିବ ଘୋଷଣା କରାଯାଇଛି ।