ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା : କାହିଁକି ଶରୀରରୁ ମୁଣ୍ଡକୁ ଅଲଗା କରିଥିଲେ ଅଭିଯୁକ୍ତ ? ହତ୍ୟା ଉପରୁ ରହସ୍ୟ ଉଠାଇବ ପୋଲିସ

ସାଢେ ୨ଟାରେ ପ୍ରେସମିଟରେ ସବିଶେଷ ସୂଚନା ଦେବ ପୋଲିସ ।

3,021

କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା । ମିଳିଲା ମୁଣ୍ଡ ବିହୀନ ମହିଳାଙ୍କ କଟାମୁଣ୍ଡ । ଘଟଣାରେ ୨ଜଣ ଅଭିଯୁକ୍ତ ଅଟକ ରଖିବା ପରେ ସେମାନଙ୍କୁ ଘଟଣା ସ୍ଥଳକୁ ନେଇ ସିନ୍ ରି-କ୍ରିଏସନ କରାଯାଇଥିଲା । ଏହା ପରେ ମିଳିଥିଲା କଟାମୁଣ୍ଡ । ସକାଳୁ ୨ଜଣଙ୍କୁ ଅଟକ ରଖି ଘଟଣାର ଛାନଭିନ କରିଥିଲା ପୋଲିସ । ମୃତଦେହ ମିଳିବା ସ୍ଥାନ ଠାରୁ ୨ କିଲୋମିଟର ଦ୍ୱରରେ ପୋତା ହୋଇଥିଲା କଟାମୁଣ୍ଡ । ମୃତ ମହିଳା ଜଣଙ୍କ ଭରତପୁର ବସ୍ତିରେ ରହୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତାଙ୍କ ନାଁ ପୁଷ୍ପଲତା ବୋଲି ଜଣାପଡ଼ିଛି । ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହିନ ମୃତ ଦେହ ମିଳିଥିଲା ।

ଘଟଣା ଉପରୁ ଧୀର ଧୀରେ ପରଦା ଉଠିବାରେ ଲାଗିଛି । ପ୍ରଥମେ ପରିଚୟ ମିଳିବା ପରେ ଅଭିଯୁକ୍ତ ଦୁଇଜଣ ଚିହ୍ନଟ ହୋଇଛନ୍ତି । ତେବେ ମହିଳା ଜଣଙ୍କ ସ୍ବାମୀଙ୍କୁ ଛାଡି ଅନ୍ୟଜଣଙ୍କ ସହ ରହୁଥିଲେ । ଅଭିଯୁକ୍ତ ଓ ତାର ସହଯୋଗୀ ମହିଳାଙ୍କୁ ହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି ।କାହିଁକି ମହିଳାଙ୍କୁ ହତ୍ୟା କଲେ ଅଭିଯୁକ୍ତ । ହତ୍ୟା କରିବା ପରେ ଶରୀରରୁ ମୁଣ୍ଡକୁ ଅଲଗା କରିବାର କାରଣ କ’ଣ ଥିଲା ? ହତ୍ୟା ଉପରୁ ରହସ୍ୟ ଉଠାଇବ ପୋଲିସ । ପ୍ରେସମିଟ୍ ସାଢେ ୨ଟାରେ ପ୍ରେସମିଟରେ ସବିଶେଷ ସୂଚନା ଦେବ ପୋଲିସ ।