କାହିଁକି ହୁଏ ମୁଣ୍ଡବ୍ୟଥା ? ଜାଣନ୍ତୁ ଏହାର କାରଣ ଓ ଉପଚାର

286

କନକ ବ୍ୟୁରୋ : ସାଧାରଣ ଥଣ୍ଡା ପରି ଏହା ଏକ ସାଧାରଣ ବିକାର । ମୁଣ୍ଡବ୍ୟଥା ଦ୍ୱାରା ଶରୀର ଆମକୁ ସୂଚନା ଦିଏ ଯେ ସବୁ ଠିକଠାକ୍ ଚାଲୁନି, କିଛି ଅସୁବିଧା ରହିଛି ଶରୀର ଭିତରେ । କେତେଗୁଡିଏ ଜଣାଶୁଣା କାରଣ ହେଲା- ଦୃଷ୍ଟିଶକ୍ତିରେ ଦୋଷ, ସାଇନସ୍ ପ୍ରଦାହ, ଅନିଦ୍ରା, ଭୂତାଣୁ ସଂକ୍ରମଣ, ହାଇ ବ୍ଲଡ୍ ପ୍ରେସର, ଅଜୀର୍ଣ୍ଣ, ମଳବଦ୍ଧତା, ମସ୍ତଷ୍ଟରେ ଟ୍ୟୁମର, କ୍ଳାନ୍ତତା, ଭାବନାଗତ ଉତ୍ତେଜନା, ଅଧିକ ଭ୍ରମଣ, ନିମ୍ନ ବ୍ଲଡ ସୁଗାର ଇତ୍ୟାଦି । ମୁଣ୍ଡବ୍ୟଥା ଭଳି ବାରମ୍ବାର ତୀବ୍ର ଅଧାକପାଳ ମୁଣ୍ଡବିନ୍ଧାକୁ କହନ୍ତି ମାଇଗ୍ରେନ୍ । ମାନସିକ ଉଦବେଗ, ଚିଜ୍, ଚକୋଲେଟ୍, ଭକ୍ଷଣ, ଗର୍ଭନିରୋଧକ ବଟିକା ସେବନ, ଅତ୍ୟନ୍ତ ଉଜ୍ଜ୍ୱଳ ଆଲୋକ । ପାଟନ ପ୍ରଣାଳୀ ଓ ଯକୃତ ଅବ୍ୟବସ୍ଥା ଏହାର ମୁଖ୍ୟ କାରଣ ।

ଏହାର ଉପଚାର : –
– ପେଟସଫା ପାଇଁ ଉଷୁମ ପାଣିରେ ଏନିମୋ ନେଇପାରିବେ, ମଳବଦ୍ଧତା ସମ୍ପର୍କିତ ଜୀବନଚର୍ଯ୍ୟା ପାଳନ କରିବେ ।
– ଅଜୀର୍ଣ୍ଣ ହେବାକୁ ଦେବେନାହିଁ, ସୂର୍ଯ୍ୟାସ୍ତ ପୂର୍ବରୁ ସାନ୍ଧ୍ୟ ଭୋଜନ ସମାପ୍ତ କରିବେ, ପେଟ ଭାରୀ ହେଲେ ମୁଣ୍ଡ ଭାରୀ ହୁଏ
– ପ୍ରଚୁର ପରିମାଣରେ ଉଷ୍ମ ଜଳପାନ, ବେକରେ ଉଷୁମ ପାଣିପଟି ଦେଇପାରିବେ
– ଗରିଷ୍ଠ ଭୋଜନ, ଚକୋଲେଟ, ଦୁଗ୍ଧଜାତ ଦ୍ରବ୍ୟ, ସାଇଟ୍ରସ ଫଳ, ଚିନି, ଚା, କଫି ବର୍ଜନ
– ଶୋଇବା ପୂର୍ବରୁ ଏକ ଚାମଚ ତ୍ରିଫଳା ପାଉଡର ଏକ କପ୍ ଉଷୁମ କ୍ଷୀର ସହ ଖାଇପାରିବେ
– ପ୍ରାତଃ ଭୋଜନରେ ଫଳାହାର, ମଧ୍ୟାହ୍ଣରେ ଅକାଣ୍ଡିଆ ଚାଉଳ ଭାତ ବା ଚୋକଡ ରୁଟି ସହ ସିଝା ତରକାରୀ, ବଟର୍ ମିଲ୍କ, ସଧ୍ୟାରେ କାକୁଡି, ଗାଜର, ବିଟ୍ ବିଲାତି ସାଲାଡ୍ , ସେଓ ଓ ସିଝା ପରିବା
– ତୁଳସୀ ମଞ୍ଜିକୁ ଛାଇରେ ଶୁଖାଇ, ଗୁଣ୍ଡ କରି ମହୁ ସହ ଖାଇପାରିବେ
– ମନ ସଫା ରଖିବା, ଉଦବେଗ, ଉତ୍ତେଜନାରୁ ଦୂରରେ ରହିବା, ପ୍ରଚୁର ବିଶ୍ରାମ ନେବା
– ଆକ୍ୟୁପ୍ରେସର, ପ୍ରାତଃ ଭ୍ରମଣ, ପଶ୍ଚିମୋତ୍ତାନାସନ, ଦଳାସନ, ସର୍ବାଙ୍ଗାସନ, ଶୀର୍ଷାସନ, ପ୍ରାଣାୟାମ୍ ଓ ଶିବାସନ, ଧ୍ୟାନ
– ଲେମ୍ବୁ, ଅଳେଇଚ,ଡାଲଚିନି, ଗୋଲାପର ସୁଗନ୍ଧ ନେଇପାରିବେ