କନକ ବ୍ୟୁରୋ: ରାଜଧାନୀରେ ଡବଲ ମର୍ଡର। ସାମାନ୍ୟ ପାର୍କିଂକୁ ନେଇ ଘଟିଛି ଅଭାବନୀୟ ଘଟଣା। ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଘଟିଛି ଡବଲ ମର୍ଡର। ସାଧାରଣ ଗାଡ଼ି ପାର୍କିଙ୍ଗକୁ ନେଇ ଏହି ନିର୍ମମ ହତ୍ୟା ହୋଇଛି। ମୃତ ଦୁଇ ଜଣ ହେଉଛନ୍ତି ରଶ୍ମିରଞ୍ଜନ ସେଠୀ ଓରଫ ଜିତୁ ଏବଂ ତାଙ୍କ ସାଙ୍ଗ ସମ୍ବିତ ରାଉତ ଓରଫ ଜୁଲୁ। ଗତ ତିନି ଦିନ ହେବ ଗଣେଶ ମଲ୍ଲିକ ଏବଂ ରଶ୍ମିରଞ୍ଜନ ସେଠୀଙ୍କ ମଧ୍ୟ ଯୁକ୍ତିତର୍କ ହେଇଥିଲା। ଗଣେଶ ମଲ୍ଲିକ ହେଉଛନ୍ତି ଆପାର୍ଟମେଣ୍ଟର ସୁପରଭାଇଜର। ଗଣେଶ ମଲ୍ଲିକ ତାଙ୍କ ବାପା ବିଚିତ୍ର ମଲ୍ଲିକ ଏବଂ ତାଙ୍କ ଭାଇ ପ୍ରଦୀପ ମଲ୍ଲିକଙ୍କ ମିଶି ରଶ୍ମିରଞ୍ଜନ ସେଠୀ ଏବଂ ତାଙ୍କ ସାଙ୍ଗ ସମ୍ବିତ ରାଉତଙ୍କୁ ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ରଶ୍ମିରଞ୍ଜନଙ୍କ ବାପା।
ତେବେ ଗଣ୍ଡଗୋଳ ସମୟରେ ଘଟଣାସ୍ଥଳରେ ରଶ୍ମି ରଂଜନ ସେଠୀଙ୍କ ମୃତ୍ୟୁ ହେଇଥିବା ବେଳେ ସାଙ୍ଗ ସମ୍ବିତ ରାଉତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଘଟଣାର ଛାନଭିନ୍ କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି। ଡିିସିପି ପ୍ରତୀକ ସିଂ ପ୍ରେସମିଟ କରି ସୂଚନା ଦେଇଛନ୍ତି ଯେ, ଅଭିଯୁକ୍ତ ହେଉଛନ୍ତି ମୃତକଙ୍କ ସମ୍ପର୍କୀୟ। ବାସ୍ତବରେ ପାରିବାରିକ ଗଣ୍ତଗୋଳ କି ପାର୍କିିଂ ବିବାଦରୁ ଏଭଳି କାଣ୍ତ ଘଟିଛି, ସେନେଇ ତଦନ୍ତ ଚାଲିଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/post_attachments/wp-content/uploads/2024/08/9-8.jpg)