କୋଇଲା ବୋଝେଇ ଟ୍ରକ ସହ ୪୦୭ ଗାଡି ମୁହାଁମୁହିଁ ଧକ୍କା : ଦୁର୍ଘଟଣା ପରେ ଜିଅନ୍ତା ଜଳିଗଲେ ଡ୍ରାଇଭର

Advertisment
କୋଇଲା ବୋଝେଇ ଟ୍ରକ ସହ ୪୦୭ ଗାଡି ମୁହାଁମୁହିଁ ଧକ୍କା : ଦୁର୍ଘଟଣା ପରେ ଜିଅନ୍ତା ଜଳିଗଲେ ଡ୍ରାଇଭର

କନକ ବ୍ୟୁରୋ :  ଦୁର୍ଘଟଣା ପରେ ଜିଅନ୍ତା ଜଳିଗଲେ ଡ୍ରାଇଭର । ଜମନକିରା ଥାନା ୫୩ନଂ ଏନଏଚରେ ଏହି ଦୁର୍ଘଟଣା ଘଟିଛି । କୋଇଲା ବୋଝେଇ ଟ୍ରକ ସହ ୪୦୭ ଗାଡି ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୪୦୭ ଗାଡି ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଛି । ହେଲପର ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ଦୁର୍ଘଟଣା ପରେ କୋଇଲା ବୋଝେଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe