ମେରାଇନ୍ ଡ୍ରାଇଭରେ ଭୟଙ୍କର ଦୁର୍ଘଟଣା : କାରକୁ ମୋ ବସ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ; ୪ ଗୁରୁତରଙ୍କ ମଧ୍ୟରୁ ୨ କଟକ ସ୍ଥାନାନ୍ତର

510

କନକ ବ୍ୟୁରୋ : ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଭୟଙ୍କର ସଡ଼କ ଦୁର୍ଘଟଣା । କାରକୁ ଧକ୍କା ଦେଲା ମୋ ବସ୍ । ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏହା ସହ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ କାରକୁ ଧକ୍କା ଦେଇ ଏକ ଗଛକୁ ଦେଲାଥିଲା ମୋ ବସ୍ ।

ବସ୍ ଡ୍ରାଇଭର ବସ୍ ଭିତରେ ଫସି ରହିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲେ । କାରରେ ୫ ଜଣ ଯାତ୍ରୀ ଥିଲେ । ମୃତକ ହେଉଛନ୍ତି ପୁରୀ ଗୁଡ଼ିଆ ପୋଖରୀର ସତ୍ୟ ଦାସ ବୋଲି ଜଣାପଡ଼ିଛି । ଏକ କାରରେ ଏମାନେ ଭୋର ସମୟରେ ପୁରୀରୁ କୋଣାର୍କ ଯାଉଥିଲେ । ଏହି ସମୟରେ ମେରାଇନ ଡ୍ରାଇଭରେ ମୋ ବସ୍ ସହ ଧକ୍କା ହୋଇଥିଲା ।