କନକ ବ୍ୟୁରୋ: ବିଦ୍ୟାଳୟରେ ବାହାଘର ଭୋଜି ଦେବା ଘଟଣାକୁ ନେଇ ବିବାଦରେ ପ୍ରଧାନ ଶିକ୍ଷକ । ସୂଚନା ମୁତାବକ, ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନ ବନ୍ଦାଳ ମଢିଆଳି ପଞ୍ଚୟତ ବଳିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ସୁବର୍ଣ୍ଣପୁର ଉପ୍ରା ବିଦ୍ୟାଳୟରେ ଗତ ରବିବାର ଦିନ ଘରୋଇ ବିବାହ ପାଇଁ ଅନୁମତି ଦେଇ ଏବେ ଅଡୁଆରେ ପ୍ରଧାନ ଶିକ୍ଷକ ।
ଏହି ଘଟଣାର ତଦନ୍ତ ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଦେଇଛନ୍ତି ନିର୍ଦେଶ । ଖପୁରିଆପଦା ଗାଁର ଜଣେ ବ୍ୟକ୍ତିଙ୍କ ପୁଅ ବିବାହ ରବିବାର ଛୁଟି ଥିବାରୁ ବିଦ୍ୟାଳୟରେ ବେଦୀ ସହ ଭୋଜିଭାତ ରାତି ସାରା ଚାଲିଥିଲା । ସକାଳୁ ବର କନ୍ୟା ବିଦା ହେବା ପରେ ସ୍କୁଲରେ କୁଢ଼ କୁଢ଼ ଅଳିଆ ଜମା ହେଇଥିଲା । ଏହି ଘଟଣା ଗ୍ରାମବାସୀଙ୍କ ଦୃଷ୍ଟିକୁ ଆସିବା ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ଶିକ୍ଷା ଅଧିକାରୀ ଏହି ଘଟଣା ରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ବାରିକଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/13-9.jpg)